ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ୟୁଥ ରେଡ଼କ୍ରସ, ରେଡ ରିବନ କ୍ଲବ ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଉଦ୍ୟମରେ ରବିବାର ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ରବିବାର ପ୍ରାତଃ ସମୟରୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ନାରା ଦେଇ ଚିଲିକା କୂଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ l ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ଡାକ୍ତର ସୁନୀଲ କୁମାର ସ୍ୱାଇଁଙ୍କ ଠାରୁ ବାଲୁଗାଁ ସମନ୍ୱିତ ଏଚ ଆଇ ଭି କେନ୍ଦ୍ରରେ ପଞ୍ଜିକୃତ ଏଡ଼ସ ସଂକ୍ରମିତ ଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ l ଏଡ୍ସ ସଚେତନତା ଶୋଭାଯାତ୍ରା ପରେ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଡ୍ସ ରୋଗର ସାମ୍ପ୍ରତିକ ଭୟା ବହତl ସମ୍ପର୍କରେ ଡକ୍ଟର ସୁବୁଦ୍ଧି ଆଲୋଚନା କରିବା ସହ ସଠିକ ମାର୍ଗ ଗ୍ରହଣ କଲେ ବିଶ୍ୱ ଏଡ୍ସ ମୁକ୍ତ ହୋଇପାରିବ ବୋଲି କହିଥିଲେ l ମୁଖ୍ୟ ଅତିଥି ତଥା ଚିଲିକା ବାଲୁଗାଁ ରୋଟାରୀ କ୍ଲବର ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ହ୍ୟୁମାନ ଇମ୍ୟୁନୋ ଡେଫିସିଏନସି ସିଣ୍ଡ୍ରୋମ (ଏଚଆଇଭି ) ଭାଇରସ ସଂକ୍ରମଣର ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ l ସମଗ୍ର ବିଶ୍ୱର ଏହି ଦିଗରେ କିପରି ବ୍ୟାପକ ଗବେଷଣା ଓ ପରୀକ୍ଷା ନିରୀକ୍ଷା ଚାଲିଛି ତାହାର ବିବରଣୀ ପ୍ରଦାନ କରିଥିଲେ l ଯୁବ ବର୍ଗ ସଠିକ ମାର୍ଗ ଗ୍ରହଣ କଲେ ହିଁ ଏଡ୍ସର ସଂକ୍ରମଣ ରୁ ରକ୍ଷା ପାଇପାରିବେ ବୋଲି କହିଥିଲେ l ଏହାପରେ ୟୁଥ ରେଡ଼କ୍ରସ ଓ ରେଡ ରିବନ କ୍ଲବ ଉପଦେଷ୍ଟା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଏଡ୍ସ ନିରା କରଣରେ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱ ଓ ସଚେତନତା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିବା ସହ ବିଶ୍ୱ ଏଡ୍ସ ଦିବସ ଅବସରରେ ଆୟୋଜିତ ହୋଇଥିବା କୁଇଜ, ସ୍ଲୋଗାନ ଓ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ l ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ମିଳିତ ଭାବେ ଏହି ପୁରସ୍କାର ବିତରଣ କରିଥିଲେ l ଏହି ଅବସରରେ ଏନସିସି ଅଧିକାରୀ ଚନ୍ଦନ ନାୟକ, ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ବରିଷ୍ଠ ସ୍ବେଛାସେବୀ ସଂଗ୍ରାମ କେଶରୀ ବେହେରା ଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ l ସମଗ୍ର କାର୍ଯ୍ୟକ୍ରମ କୁ ଏନଏସଏସ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ୟୁଥ ରେଡକ୍ରସ ଅଧିକାରୀ ଅଧ୍ୟାପକ ଧୋବୀ ଚରଣ ପରିଡ଼ା ।।
ବାଲୁଗାଁ ମହାବିଦ୍ୟାଳୟ ରେ ବିଶ୍ୱ ଏଡ଼ସ ଦିବସ : ସଠିକ ମାର୍ଗ ଗ୍ରହଣ କରନ୍ତୁ ଓ ବିଶ୍ୱକୁ ଏଡ଼ସ ମୁକ୍ତ କରନ୍ତୁ !!!

