କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଜରିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଘଟିଯାଇଛି ଅଭାବନୀୟ ଘଟଣା । ସ୍ତ୍ରୀ ଆଗରେ କିରୋସିନ ଢାଳି ସ୍ୱାମୀ ର ଆତ୍ମହତ୍ୟା ଉଦ୍ୟମ । ସ୍ୱାମୀ କୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡିହୋଇ ସ୍ତ୍ରୀ ଗୁରୁତର ହୋଇ ମୃତ୍ୟୁ ବାରଣ କରିଥିବାର ସୂଚନା ମିଳିଛି । ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁ ର , ସେହି ଗ୍ରାମର ଶୈଳେନ୍ଦ୍ର ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ ଦିନ ତମାମ କଳହ ଲାଗିଥିଲା । ତେବେ ପ୍ରାୟ ମଧ୍ୟ ରାତ୍ର ରେ କଳି ଉଗ୍ର ରୂପ ନେବା ସହିତ ଉତ୍ୟକ୍ତ ସ୍ୱାମୀ ଶୈଳେନ୍ଦ୍ର ନିଜ ଦେହ ରେ କିରାସିନି ଢାଳି ସ୍ତ୍ରୀ ସାମ୍ନା ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା . ଆଉ ସ୍ୱାମୀ କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଲ୍ଲିକ ନିଜେ ମଧ୍ୟ ଗୁରୁତର ହୋଇଥିଲା , ତେବେ ଉଭୟ ଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଡୋଶୀ ଆଣିଥିଲେ . ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନରନ୍ତରିତ କରାଯାଇଥିଲା । ସ୍ୱାମୀ ଶୈଳେନ୍ଦ୍ରଙ୍କ ଅବସ୍ଥା ସଂକଟପର୍ଣ୍ଣ ଅଛି। ଅନ୍ୟପଟେ ପରକିୟା ପ୍ରୀତି କୁ ସନ୍ଦେହ ରେ ଏଭଳି ଘଟଣା ସାମ୍ନା କୁ ଆସିଥିବା ସନ୍ଦେହ କରାଯାଉଛି ! ବର୍ତମାନ ଖବର ଅନୁଯାୟୀ ସ୍ତ୍ରୀ ବନ୍ଦିତା ମଲ୍ଲିକ କଟକ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବାରଣ କରିଛନ୍ତି !