ଆୱାଜ ମିଡ଼ିଆ ଯାଜପୁର ଜିଲ୍ଲା ପ୍ରତିନିଧିଙ୍କୁ “ସାମ୍ବାଦିକ ଗୌରବ” ସମ୍ମାନ ପ୍ରଦାନ !!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ଆୟୋଜିତ ହୋଇଯାଇଛି ସାରସ୍ୱତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ . କଟକ ସଦର ବ୍ଲକ ଅନ୍ତର୍ଗତ ଚାନ୍ଦୁଲି ସ୍ଥିତ ବଳି ବାମନ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଷ୍ଠିତ ସାହିତ୍ୟିକ , କବି , ଲେଖକ , ସାମ୍ବାଦିକ , କଳାକାର ଏବଂ ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ .

ଉତ୍କଳ ବିକାଶ ପରିଷଦର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ , ସଂଯୋଜକ ଇଂ ଶ୍ରୀକାନ୍ତ ବେଉରା , ସରସ୍ୱତୀ କଳା ପରିଷଦର ସଭାପତି ପ୍ରତିଭା ଶତପଥୀ , ସମ୍ପାଦକ ଅଶୋକ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ବଳିଆରସିଂହ , ବସନ୍ତ ରଥ , ସତ୍ୟବ୍ରତ ଦାଶ ପ୍ରମୂଖ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ କରିଥିବା ସମୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାରସ୍ୱତ ପ୍ରତିଭା ମାନଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା .

ସମାଜସେବା , ଲୋକକଳା , ସାହିତ୍ୟକୃତି ଏବଂ ସାମ୍ବାଦିକତା ପାଇଁ ଅନେକ ପ୍ରତିଭାଙ୍କୁ ଅତିଥିମାନେ ଉତ୍ତରୀୟ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ . ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଜଣାଶୁଣା ସାମ୍ବାଦିକ ତଥା ସାମାଜିକ କର୍ମୀ ଜିଜ୍ଞାସୁ ସାହୁଙ୍କୁ “ସାମ୍ବାଦିକ ଗୌରବ ସମ୍ମାନ” ପ୍ରଦାନ କରାଯାଇଛି . ସମ୍ବର୍ଦ୍ଧିତ ପ୍ରତିଭା ଜିଜ୍ଞାସୁ ସାହୁ ଆୱାଜ ମିଡ଼ିଆର ଯାଜପୁର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ଅଟନ୍ତି . ଉତ୍କଳ ବିକାଶ ପରିଷଦର ଏପରି ପ୍ରତିଭା ପୂଜନ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସହ ଅନ୍ୟ ସାମାଜିକ ସଂଗଠନ ପାଇଁ ଉଦାହରଣ ହୋଇ ପାରିଛି ବୋଲି ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି .

Leave a Reply

Your email address will not be published. Required fields are marked *