ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ.ଝାଲରସିଂ ଗ୍ରାମର ଲଙ୍ଗଳେଶ୍ଵର ଯୁବକ ସଂଘ ଓ ଖଜୁରୀପଦାର ଶାସ୍ତ୍ରୀଜି ଯୁବକ ସଂଘ ଦ୍ୱାରା ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପାଇକ ଓ ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ଲକ୍ଷ୍ମୀକାନ୍ତ ବେହେର୍ଦ୍ଦଳାଇ ଯୋଗ ଦେଇଥିବା ସମୟରେ ଲଙ୍ଗଳେଶ୍ଵର ଯୁବକ ସଂଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତା ଦ୍ଵାରା ଭାରତୀୟ ସମ୍ବିଧାନ ଦିବସ କାହିଁକି କିପରି ଏବଂ କେଉଁ କେଉଁ ମହାନ ବ୍ୟକ୍ତିବିଶେଷ ମାନଙ୍କୁ ନେଇ ସମ୍ବିଧାନ ଗଠନ କଥା ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ସେହିପରି କାଶିନଗର ବ୍ଲକର କିତିଙ୍ଗ୍ ଗ୍ରାମର ଗୋପିନାଥ ୟୁଥ କ୍ଲବ ସଦସ୍ୟ ମାନଙ୍କୁ ନେଇ “ସମ୍ବିଧାନ ଦିବସ ପ୍ରାକ୍ କଥନ”ର କାନ୍ଥ ଲିଖନ କରିଥିଲେ ଓ ଗୋଷାଣି ବ୍ଲକର ଭୁଷୁକୁଡ଼ି ଗ୍ରାମର ଗାନ୍ଦାମା ୟୁଥ କ୍ଲବ ସଦସ୍ୟ ମାନଙ୍କୁ ନେଇ ”ଭାରତୀୟ ସମ୍ବିଧାନ ଦିବସ” ଅବସରରେ ବ୍ୟାନର ସହ ସେହି ଗ୍ରାମରେ ସଚେତନତା ରାଲି କରାଯାଇଥିଲା । ଗୁମ୍ମା ବ୍ଲକର ତରବା ପଞ୍ଚାୟତର ପି.କୋଲନି ଗ୍ରାମର ଇଡେନ ୟୁଥ କ୍ଲବ ସଦସ୍ୟଙ୍କ ଦ୍ୱାରା “କରୋନା ସଚେତନତା” କାର୍ଯ୍ୟକ୍ରମ ଉପଲକ୍ଷେ କାନ୍ଥ ଲିଖନ ଜରିଆରେ ସ୍ଥାନୀୟ ଲୋକମାନଙ୍କୁ କରୋନାର ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ତିନୋଟି ବ୍ଲକର ଜାତୀୟ ସ୍ଵୟଂ ସେବକ କରୁଣାକର ବେହର୍ଦ୍ଦଳାଇ, ସୁଧାଂଶୁ ରଞ୍ଜନ ପାଣି, ଅକ୍ଷୟ, ଟି.ମୂରଲିକ୍ରିଷ୍ଣା, ମୋହନ, ଦିଲିପ ଗମାଙ୍ଗ ଓ ସ୍ଵୟଂ ସେବିକା ଝୁମୁରି ଭୂୟାଁ ପ୍ରମୁଖ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ ।