ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଚୋରା ନିଶା ବେପାରୀଙ୍କୁ ଘାରିଛି ରାୟଗଡା ପୁଲିସର ଭୟ . ଗତ କିଛି ମାସ ଧରି ରାୟଗଡା ଜିଲ୍ଲା ପୋଲିସ ତରଫରୁ ଲଗାତାର ରେଡ କରାଯାଇ ଚୋରା ଗଞ୍ଜାଇ ଓ ଘୁରୁଖା ବେପାରୀଙ୍କ ଉପରେ ଲଗାଯାଇଛି ଅଙ୍କୁଶ । ରାୟଗଡା ପୋଲିସ କୋଟି କୋଟି ଟଙ୍କାର ଚୋରା ଗଞ୍ଜେଇ ଓ ଗୁଟଖା ଜବତ କରିବା ସହ ନିଶା ବେପାରୀଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଭିତରକୁ ପଠାଇଛି । ଏହି ଚୋରା ବେପାରୀଙ୍କୁ ଧରିବା ଓ ଠାବ କରିବା ପାଇଁ ରାୟଗଡା ପୋଲିସ ଦିନ ରାତି ଏକ କରି ଦେଇଛି । ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରଚୁର ଗଞ୍ଜେଇ ଜବତ କରି ସେସବୁକୁ ପୋଡି ନଷ୍ଟ କରି ଚାଲିଛି । ତା ସାଙ୍ଗକୁ ବିଷାକ୍ତ ଗୁଟଖା ପ୍ରସ୍ତୁତକାରୀଙ୍କୁ ମଧ୍ୟ ବାଦ ଦେଇନି ଜିଲ୍ଲା ପୁଲିସ । ଏ ମଧ୍ୟରେ ରାୟଗଡା ଜିଲାରେ ଚୋରାରେ ଓ ଚଢା ଦରରେ ବିକ୍ରି କରୁଥିବା ଚୋରା ଗୁଟଖା ବେପାରୀ ରଖିଥିବା ଗୋଦାମ ଘରକୁ ଖୋଜି ବାହାର କରି ସେମାନଙ୍କ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି । ଗତ କାଲି ଏକ ବଡ଼ ଚୋରା ଗୁଟଖା ବେପାରୀକୁ ପୋଲିସ ଗିରଫ କରିଥିବା ସମ୍ପର୍କରେ ରାୟଗଡା ପୋଲିସ ଅଧିକ୍ଷକ ଶ୍ରବଣ କୁମାର ଗଣମାଧ୍ୟମକୁ ଜଣାଇଛନ୍ତି । ଗତକାଲି ସନ୍ଧ୍ୟାରେ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ ରାୟଗଡା ସହରର ସାଇପ୍ରିୟା ନଗର ରେ ଥିବା 3 ଗୋଟି ଘରେ ଚଢଉ କରିଥିଲେ । ସେହି ଗୋଦାମ ଗୃହରୁ ପାଖପାକି 25 ଲକ୍ଷ ଟଙ୍କାର ଚୋରା ବିଷାକ୍ତ ଗୁଟଖା ଜବତ କରିଛନ୍ତି । ନକଲି ଗୁଟଖା ପ୍ରସ୍ତୁତକାରୀ ଓ ତାର ମୁଖିଆ ଆର.ରବି କୁମାରକୁ ଗିରଫ କରିଛନ୍ତି । ନକଲି ଗୁଟଖା ଚୋରା ଚାଲାଣ ସମ୍ପର୍କରେ ଅଧିକ ପଚରା ଉଚାରା ଚାଲିଥିବା ପୋଲିସ ଜଣାଇଛି ।