ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରହରି ପଟ୍ଟନାୟକ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀର ରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ମୋଟ ତିରିଶ ଗୋଟି ଅଭିଯୋଗ ଆସିଥିବା , ବେଳେ ଚଉଦ ଗୋଟି ସାମୁହିକ ଓ ଷୋହଳ ଗୋଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା । ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାସନ୍ କାର୍ଡ ବଣ୍ଟନ , ମଧୁବାବୁ ପେନସନ ବଣ୍ଟନ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ତତ୍ ସହିତ ଅଙ୍ଗନବାଡ଼ି କର୍ମୀ ଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର କର୍ମଚାରୀ ସହଯୋଗ କରିଥିଲେ ।
ଗୋସାଣୀ ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି ଓ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

