ସ୍ୱାମୀଙ୍କ ଦ୍ଵିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀଙ୍କ ଧାରଣା ।

0
493
Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗିରିଓଲା ଗ୍ରାମ ହରିଜନ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ପ୍ରଭାତ ମଲ୍ଲିକ ଙ୍କ ଦ୍ଵିତୀୟ ବିବାହ ପରେ ସ୍ୱାମୀଙ୍କ ଘର ସମ୍ମୁଖରେ ଧାରଣା ରେ ବସିଲେ ପ୍ରଥମ ସ୍ତ୍ରୀ ସରସ୍ୱତୀ ମଲ୍ଲିକ । ସୂଚନା ଅନୁଯାୟୀ ପ୍ରଭାତ ଏବଂ ସରସ୍ୱତୀ ଙ୍କ ବିବାହକୁ 12 ବର୍ଷ ବିତିଯାଇଛି ।ହେଲେ ବିବାହର 4 ବର୍ଷ ବେଶ ହସ ଖୁସିରେ ବିତୁଥିଲା ଦୁଇ ଦାମ୍ପତ୍ୟଙ୍କ ଜୀବନ । ତାପରେ ଆରମ୍ଭ ହୋଇଯାଇଥିଲା ଦୁହିଁଙ୍କ ଭିତରେ ମନାନ୍ତର ଆଉ ଅଲଗା ହୋଇ ଯାଇଥିଲେ ଉଭୟ । ଏନେଇ ଦୁହିଁଙ୍କ ଭିତରେ ଥାନା କୋର୍ଟରେ ମଧ୍ୟ୍ୟ ମାମଲା ହୋଇଥିଲା । ଆଉ ମାନ୍ୟବର କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସ୍ୱାମୀ ପ୍ରଭାତ ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ସରସ୍ୱତୀ । ଅନ୍ୟ ପକ୍ଷରେ ସ୍ତ୍ରୀ ସରସ୍ୱତୀ ନ୍ୟାୟ ଦାବି କରିଛନ୍ତି ଏବଂ ଯଦି କୌଣସି ମତେ ନ୍ୟାୟ ନମିଳେ ତେବେ ଆତ୍ମହତ୍ୟା କରିବାର ମଧ୍ୟ୍ୟ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here