ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତଦାନ ଶିବିର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଏବଂ ରେଡ଼ ସ୍ୱସ୍ତିକ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତଦାନ ଶିବିର ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓ ଏହାର ଆଖପାଖ ଅଞ୍ଚଳର ୧୫୦ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେହିପରି ରକ୍ତଦାନ ଶିବିରରୁ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଯୋଗ ଦେଇଥିଲେ । ଆପୋଲୋ ହସ୍ପିଟାଲ ର ଚକ୍ଷୁ ବିଭାଗର ମୁଖ୍ୟ ଡ଼ଃ. ଦୀପ୍ତି ଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଦେବାଶିଷ ମିଶ୍ର ଏବଂ ଦେବାଶିଷ ପାଣିଗ୍ରାହୀ ଜନସାଧାରଣଙ୍କୁ ଚକ୍ଷୁ ଜନିତ ସମସ୍ୟା ପରାମର୍ଶ ଦେଇଥିଲେ । ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ଡଃ. ଶକ୍ତି ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ହୋତା, ମହେଶ ଆଚାରୀ, ବିଶ୍ୱଜିତ ଶତପଥୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏଥିରେ ସହଯୋଗ କରିଥିଲେ । ଶିବିରରେ ବାଣପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ଯୁବ ସମାଜସେବୀ ପୃଥ୍ବୀରାଜ ଭୋଳ ପ୍ରମୁଖ ରକ୍ତଦାନ କରିଥିଲେ । ପରିଶେଷରେ ସତ୍ୟ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *