ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦୀର୍ଘ ଦିନର ବିରାମ ପରେ ଅନୁଗୁଳ ଜିଲ୍ଲାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆରମ୍ଭ ହେବାକୁ ଯାଉଛି । ଜିଲ୍ଲା ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଏପ୍ରିଲ ୨୦ ତାରିଖରେ ବଅଁରପାଳ ବ୍ଲକ ବନ୍ଦା ଠାରେ , ୨୧ ତାରିଖରେ ଛେଣ୍ଡିପଦାର କୁକୁରପେଟା , ଆଠମଲ୍ଲିକର ଠାକୁରଗଡ଼ ଠାରେ ,୨୨ ତାରିଖରେ ତାଳଚେରର କଙ୍କିଳୀ ଠାରେ , ୨୩ରେ କିଶୋରନଗରର ନୁନୁକାପଶି , ୨୬ ତାରିଖରେ ପାଲଲହଡ଼ାର ପବିତ୍ରପୁର , ୨୭ରେ ଅନୁଗୁଳର ବଲଙ୍ଗ ଏବଂ ୨୮ ତାରିଖରେ କଣିହାଁର ବଡ଼ଗୁଣ୍ଡୁରି ଠାରେ ଏହି ସ୍ୱାସ୍ଥ୍ୟ ମେଳା ଆୟୋଜିତ ହେବ । ଏଠାରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା , ମାଗଣା ଔଷଧ ବଣ୍ଟନ, ରକ୍ତଦାନ, ଅଙ୍ଗଦାନ ଶିବିର ଆଦି ଆୟୋଜିତ ହେବ ।

