ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହାନଗର ନିଗମ ସାତ ନମ୍ବର ୱାର୍ଡ ଶୈଳଶ୍ରୀବିହାର ଠାରେ ଆଜି ସାଂସଦ ଅପରାଜିତା ଷଢଙ୍ଗୀ ଉଦଘାଟନ କରିଛନ୍ତି ଏକ ସ୍ୱାସ୍ଥ୍ୟ ମେଳା l ଅଜିତା ଏବଂ ସମର୍ଥ ନାମକ ଦୁଇଟି ସ୍ୱେଚ୍ଛାସେବୀ ସଂଗଠନ ଏହା ମିଳିତ ଭାବେ ଆୟୋଜନ କରିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ସାଂସଦ ମହାଶୟା ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିଥିବା ସ୍ୱାସ୍ଥ୍ୟସେବାର ଏହା ହେଉଛି ପ୍ରଥମ ସ୍ୱାସ୍ଥ୍ୟ ମେଳା l ଆଗାମୀ ଚାରିମାସ ମଧ୍ୟରେ ଏହିପରି ଚାଳିଶ ଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ ବସ୍ତି ବାସିନ୍ଦାଙ୍କ ପାଇଁ l

ଆପୋଲୋ ହସ୍ପିଟାଲ ବିଶେଷଜ୍ଞ ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ସ୍ଵାସ୍ଥ୍ୟ ଭିଲା ବାରଙ୍ଗ ର ବିଶେଷଜ୍ଞ ମାନେ ପ୍ରାକୃତିକ ଉପାୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ l ଅଜିତା ସଂଗଠନ ତରଫରୁ ମୌସୁମୀ ମହାପାତ୍ର ଏବଂ ସମର୍ଥ ତରଫରୁ ଆଶୋକ ପଟ୍ଟନାୟକ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l କର୍ପୋରେଟର ଯଶୋଧାରା ପ୍ରଧାନଙ୍କ ସହଯୋଗରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଅଜିତା ର ସାଧାରଣ ସମ୍ପାଦିକା ସଂଗୀତା ମାଝୀ, ସମର୍ଥ ର ସଭାପତି କାହୁଁ ଦାଶ, ସମ୍ପାଦକ କୁଳମଣି ବାବୁ, କୈଳାସ ବିହାର ଉନ୍ନୟନ ପରିଷଦ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିଚାଳନା କମିଟି, ଭୁବନେଶ୍ୱର ମେୟର ପ୍ରାର୍ଥୀନୀ ଡକ୍ଟର ସୁନୀତି ମୁଣ୍ଡ, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ବିଶେଷ କରି ମହାବୀର ବସ୍ତି, ଶ୍ରୀକୃଷ୍ଣ ବସ୍ତି ଓ ବଜରଙ୍ଗ ବସ୍ତି ବାସିନ୍ଦାଙ୍କ ସହିତ ଶୈଳଶ୍ରୀ ବିହାର ଓ କୈଳାସ ବିହାର ବାସିନ୍ଦା ଉପକୃତ ହୋଇଥିଲେ l ସମସ୍ତେ ସାଂସଦ ଅପରାଜିତାଙ୍କ ଏଭଳି ସେବାକାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ l

