କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ , ସୂଚନା ଅଧିକାର ଅଭିଯାନ ପକ୍ଷରୁ ଭିଜିଲାନ୍ସ ଡି.ଜି.ଅଫିସ ଘେରାଉ । ବହୁ ଚର୍ଚ୍ଚିତ କଟକ EWS କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା, କ୍ଷମତାର ଅପବ୍ୟବହାର କରି ପୂର୍ବତନ କର୍ପୋରେଟର ଙ୍କ ସ୍ଵାମୀ ତଥା ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଓ ବିଧାୟକଙ୍କ ସହଯୋଗୀ ଏବଂ ସିଏମସି ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ସରକାରୀ କ୍ୱାର୍ଟର କୁ ବେଆଇନ ଭାବେ ବିକ୍ରୀ କରିବା ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆଜି ଦିନ ୧୦ଟା ସମୟରେ ଭିଜିଲାନ୍ସ ଡି.ଜି.କାର୍ଯ୍ୟାଳୟ କଟକ ଅଫିସ ଘେରାଉ ହୋଇଛି । ଏହି କାର୍ଯ୍ୟକ୍ରମରେ EWS କ୍ୱାର୍ଟର ଆବଣ୍ଟନରୁ ବଞ୍ଚିତ ଜନତା ଯୋଗ ଦେଇ, ସରକାରଙ୍କ କାର୍ଯ୍ୟପନ୍ଥା କୁ ନିନ୍ଦା କରିଛନ୍ତି । ପ୍ରତିବାଦ ତଥା ଭିଜିଲାନ୍ସ ଡି.ଜି.କାର୍ଯ୍ୟାଳୟ ଘେରାଉ କରିବା ସହିତ ଭିଜିଲାନ୍ସ ଡି.ଜି.ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ନିମ୍ନ ଲିଖିତ ଦାବି ମାନ ଉପସ୍ଥାପନା କରାଯାଇଛି । ୧ – ପୂର୍ବତନ କର୍ପୋରେଟର, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ, ବିଧାୟକ ଓ ସିଏମସି ଅଧିକାରୀଙ୍କୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରିବା । ୨ – ହିତାଧିକାରୀଙ୍କ ଠାରୂ ବେଆଇନ ଭାବେ ନେଇଥିବା ଆର୍ଥିକ ରାଶି ଫେରସ୍ତ । ୩ – କ୍ଷତିଗ୍ରସ୍ତ ଏବଂ ପ୍ରକୃତ ହିତାଧିକାରୀଙ୍କୁ ସଠିକ ଓ ସ୍ଥାୟୀ ଥଇଥାନ କରିବା । ୪ – ହିତାଧିକାରୀଙ୍କ ଆର୍ଥିକ ରାଶି ଫେରସ୍ତ ଓ ସ୍ଥାୟୀ ଥଇଥାନ ନକରିବା ପର୍ଯ୍ୟନ୍ତ କ୍ୱାର୍ଟର ଆବଣ୍ଟନକୁ ସ୍ଥଗିତ ରଖିବା । କେବେ ଏହି ହିତାଧିକାରୀଙ୍କୁ ନ୍ୟାୟ ମିଳିବ ଓ କେବେ ଏହି ହିତାଧିକାରୀ ମାନଙ୍କୁ ତାଙ୍କର ଘର ମିଳିବ ତାହା ଏବେ ଦେଖିବାକୁ ବାକି ରହିଲା ।
କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ : ସୂଚନା ଅଧିକାର ଅଭିଯାନ ପକ୍ଷରୁ ଭିଜିଲାନ୍ସ ଡି.ଜି.ଅଫିସ ଘେରାଉ !!!

