ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦାବିପତ୍ର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସୂଚନା ଆଇନ ବଳରେ ତଥ୍ୟ ମାଗିଲେ ମିଳୁନି ତଥ୍ୟ । ଏପରିକି ଉପରିସ୍ଥ ଅଧିକାରୀଙ୍କ ଦପ୍ତରରୁ ଏବଂ ଜିଲ୍ଲାପାଳଙ୍କ ଦପ୍ତରରୁ ଧାରା ୬(୩ ) ଅନୁଯାୟୀ ପଠାଯାଉଥିବା ଆବେଦନର କୌଣସି ତଥ୍ୟ ଓ ଉତ୍ତର ମଧ୍ୟ ମିଳୁନାହିଁ । ସୂଚନାଯୋଗ୍ୟ ARCS ଅଧିନରେ ଜିଲ୍ଲାର ସମସ୍ତ ସମବାୟ ସମିତି ମାନ ପରିଚାଳିତ ହେଉଅଛି । କୃଷକ ମାନଙ୍କୁ ଋଣ ପ୍ରଦାନ ଠାରୁ ଧାନ କିଣା , କୃଷି ବୀମା , ସାର ଯୋଗାଣ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କାମ ହେଉଥିବା ବେଳେ ସରକାରଙ୍କ ଠାରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି । କିନ୍ତୁ ARCS ଅଧିକାରୀ ଦୁର୍ନୀତିଗ୍ରସ୍ତ ଓ ଲୁଟେରାଙ୍କୁ ସହଯୋଗ କରିବା ପାଇଁ ସୂଚନା ଅଧିକାର ଆଇନରେ କୌଣସି ତଥ୍ୟ ନ ଦେଇ ଅଭ୍ୟାସଗତ ମିଥ୍ୟାବାଦୀ ହୋଇ ଆଇନକୁ ଉଲଂଘନ କରୁଛନ୍ତି । ସୂଚନା ଅଧିକାର ଆଇନ ୨୦୦୫ ଧାରା ୨ ( ଏଫ୍ ) ଅନୁଯାୟୀ ସମବାୟ ସମିତି ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଆବେଦନକାରୀଙ୍କୁ ପ୍ରଦାନ କରିବା କଥା । କିନ୍ତୁ ଉଚ୍ଚ ଅଧିକାରୀ ମାନେ ଆଇନ ଉଲଂଘନ କରି କହୁଛନ୍ତି ସୂଚନା ଅଧିକାର ଆଇନରେ ଆସୁନାହିଁ । ତେଣୁ କୌଣସି ତଥ୍ୟ ପ୍ରଦାନ କରୁନାହାନ୍ତି । ଫଳରେ ଉକ୍ତ ସଂସ୍ଥା ମାନଙ୍କରେ ବେଆଇନ ନିଯୁକ୍ତ ଠାରୁ ଆରମ୍ଭ କରି ଚାଷୀଙ୍କ ନାମରେ ରୁଣ ଜାଲିଆତି , ଧାନ କିଣାରେ ଜାଲିଆତି , ସବ୍‌ସିଡି ଇତ୍ୟାଦିରେ ଦୁର୍ନୀତି ବଢି ବଢି ଚାଲିଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ।

Leave a Reply

Your email address will not be published. Required fields are marked *