ଶ୍ରମଜୀବି ଙ୍କ ନାଯ୍ୟ ପ୍ରାପ୍ୟ ପ୍ରଦାନ ପାଇଁ ୮ ଅଗଷ୍ଟ ୨୦୨୩ ରେ ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଶ୍ରମିକ, ଦିନ ମଜୁରିଆ, କୃଷକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କ୍ଷେତ୍ରରେ ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ କାଳକ୍ଷେପଣ ନୀତି ପ୍ରତବାଦ ରେ ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ କହିଛନ୍ତି l ଶ୍ରମିକଙ୍କ ମୃତ୍ୟୁ କାଳୀନ, ଶିକ୍ଷା, ମାତୃତ୍ୱ, ଶାରୀରିକ ବିକଳାଙ୍ଗ ପେନସନ ପ୍ରଦାନ ପାଇଁ ହଜାର ହଜାର ଦରଖାସ୍ତ ପଡ଼ିରହିଛି ! କେତେ ତଦନ୍ତ ସରିଯାଇଛି, କିନ୍ତୁ ହିତାଧିକାରୀ ଙ୍କ ଆକାଉଣ୍ଟ କୁ ନିର୍ଦ୍ଦlରିତ ଅର୍ଥ ରାଶି ଯାଉନାହିଁ, ସେଥିପାଇଁ ଆଜି ବହୁ ଶ୍ରମିକ ହିତାଧିକାରୀଙ୍କ ସହ ଆଇଏନଟିୟୁସି କାର୍ଯ୍ୟକର୍ତାଙ୍କ ସହଯୋଗ ରେ କ୍ରାନ୍ତି ସତ୍ୟାଗ୍ରହ ଶୋଭାଯାତ୍ରା ଜିଲ୍ଲା ପ୍ରଭାଗୀୟ ଶ୍ରମ ଆଯୁକ୍ତ ଙ୍କ କାର୍ଯ୍ୟାଳୟ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦିଆ ଯାଇଥିଲା l

ସତ୍ୟାଗ୍ରହ ରେ ସାମିଲ ଥିବା ହିତାଧିକାରୀଙ୍କ ସହ ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ରନାଥ ସାହୁ ଆଲୋଚନା କରି ବର୍ଷ ବର୍ଷ ଧରି ମୃତ୍ୟୁକାଳୀନ ସହାୟତା ଦରଖାସ୍ତ ପଡି ରହିଥିବା ଶୁଣିବା ପରେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଉପସ୍ଥିତି ଶ୍ରମ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସୂଚନାଯୋଗ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ପ୍ରାୟ ୩୦ ହଜାର ସହାୟତା ପାଇବା ପାଇଁ ଦରଖାସ୍ତ ପଡ଼ିରହିଛି l ଏହି କାର୍ଯ୍ୟକ୍ରମରେ ଶ୍ରମିକ କଂଗ୍ରେସ ନେତା ଆଲୋକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମଦନ ମୋହନ ବିଶୋଇ, ପୂର୍ଣଚନ୍ଦ୍ର ସାନ୍ତ, ଭଗବାନ ମଳିକ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *