ଟାଙ୍ଗି ପାଣି ପାଇପ୍ ଲୁଟ୍ ଘଟଣା : ଏମବିଏ ଡିଗ୍ରୀ ଧାରୀ ଡକାୟତ ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ !!!

Spread the love

ଟାଙ୍ଗି ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟ୍ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଟାଙ୍ଗି ପୋଲିସକୁ ବଡ ସଫଳତା ମିଳିଛି । ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଡକାୟତ ଦଳକୁ ଗିରଫ କରିବା ସହ ପାଣିପାଇପ ଉଦ୍ଧାର କରିଛି ପୋଲିସ । ଏଥି ସହ କାଗଜପତ୍ର ଏବଂ ଅନେକ ସାମଗ୍ରୀ ଜବତ କରାଯାଇଛି । ତେବେ ଏହି ଡକାୟତ ଦଳର ମାଷ୍ଟର ମାଇଣ୍ଡ ଜଣେ ଏମବିଏ ଡିଗ୍ରୀ ଧାରୀ ବୋଲି ଜଣା ପଡିଛି । ତାର ନାମ ସତ୍ୟକାମ ଚିଦାନନ୍ଦ ମହାନ୍ତି । ଘର କଟକ ଜଗତପୁର ବୋଲି ଜଣା ପଡିଛି । ଏମବିଏ ଡିଗ୍ରୀ ଧାରୀ ଜଣକ କୋଲକାତାର ରଶ୍ମି ମେଟାଲିକ ଲିମିଟେଡ଼ର ଓଡ଼ିଶା ଶାଖା ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାର ତଦନ୍ତ ବେଳେ ଜଣା ପଡିଛି । ଏହା ସହ ପୁରୀ ଜିଲ୍ଲାର ନିମାପଡା ବାମଦେଇପୁର ଗ୍ରାମରୁ ୪୦ ଟି ଚୋରା ପାଣି ପାଇପ୍ ଜବତ କରିଛି ଟାଙ୍ଗି ପୋଲିସ । ଗୋଟିଏ ମାରୁତି ଡିଜାୟାର କାର୍, ୨ ଟି ରବର ଷ୍ଟାମ୍ପ, ୧୦ଟି ବନ୍ଦ ଲଫାପା, ଗୋଟିଏ ଟ୍ରାନସପୋର୍ଟ ସଂସ୍ଥାର କାଗଜ ପତ୍ର , ୫ ଟା ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଓ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରାଯାଇଛି । ଗିରଫ ଡକାୟତଙ୍କ ମାଷ୍ଟର ମାଇଣ୍ଡ ସତ୍ୟକାମ ଚିଦାନନ୍ଦ ମହାନ୍ତି ହୋଇଥିବା ବେଳେ ଶୁସାନ୍ତ କୁମାର ମହାରଣା, ଘର ପୁରୀ ଜିଲ୍ଲାର କଣ୍ଠପୁରର ହୋଇଥିବା ସୂଚନା ମିଳିଛି । ବିରେନ୍ କୁମାର ମହାନ୍ତି, ଘର ହାସିନ୍ ପୁର ଜିଲ୍ଲା ପୁରୀ, ଶ୍ରୀନିବାସ ମହାରଣା, ସୁର୍ଯ୍ୟକାନ୍ତ ମହାରଣା ଉଭୟଙ୍କ ଘର ପୁରୀ ଜିଲ୍ଲାର କଣାସ ବ୍ଲକ ଜଳିଆ ପଡା ବୋଲି ସୂଚନା ମିଳିଛି । ଟାଙ୍ଗୀ ଥାନା କେଶ୍ ନଂ ୨୦୭ /୨୨ ମାମଲା ରୁଜୁ କରାଯାଇଛି । ଗତ ୨ ଦିନ ତଳେ ଟାଙ୍ଗୀ କଲେଜ୍ ପଡିଆରୁ ଓ ଦୀକ୍ଷିତପଡା ଗ୍ରାମରୁ ପାଣି ପାଇପ୍ ଲୁଟ୍ ହୋଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ପାଇଁ ମୋଟା ଲୁହାର ପାଇପ୍ ବ୍ୟବହାର କରାଯାଉଛି । ଯାହାକୁ ଚୋରି କରି ନେଇଥିଲେ ଏହି ଲୁଟେରା ମାନେ । ଆଜିକୁ ମିଶାଇ ମୋଟ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଟାଙ୍ଗୀ ଥାନାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପ୍ରେସ୍ ମିଟ୍ କରି ଡକାୟତି ଘଟଣାର ଖୁଲାସା କରିଛନ୍ତି । ତତ ସହିତ ମୁଖ୍ୟ ଆସାମୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ପାଖାପାଖି ୩ ଲକ୍ଷ ଟଙ୍କାକୁ ପୋଲିସ ବ୍ଲକ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *