ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ, ଦେଓଗାଁ ପଞ୍ଚାୟତ ରାଧାକାନ୍ତ ଦେବ ମଠ ପ୍ରାଙ୍ଗଣରେ ବାଣପୁର ବ୍ଲକ ସ୍ତରୀୟ ” ନିର୍ମାଣ ଶ୍ରମିକ ସଂଘ”ର ଏକ ଆଲୋଚନା ଶିବିର ଅନୁଷ୍ଠିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଗଣେଶ୍ୱର ଦାସ ଉପସ୍ଥିତ ଥିଲେ l ବିଗତ ଦିନରେ କରୋନା କଟକଣା ଯୋଗୁଁ କୌଣସି ସଭା ସମିତି କିମ୍ବା ଆଲୋଚନାର ସମୟ ମିଳି ନଥିଲା l କ୍ରମଶଃ କଟକଣା କମିବାରୁ ଆଜି ଏହି ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା , ଦୀର୍ଘଦିନ ହେବ ନିଜର ପ୍ରମାଣପତ୍ର ପାଇଥିଲେ ମଧ୍ୟ ଏହାର କାର୍ଯ୍ୟକ୍ରମ କଣ ଅଛି ଓ ଏଥିରେ କି କି ପ୍ରକାର ସୁବିଧା ଉପଲବ୍ଧ ହେଉଛି ସେ ସମ୍ପର୍କରେ ଜିଲ୍ଲା ମଜଦୁର ସଂଘ ସଭାପତି ଗଣେଶ୍ୱର ଦାସ ନିର୍ମାଣ ଶ୍ରମିକଙ୍କୁ ବୁଝାଇଥିଲେ । ଦୀର୍ଘ ଦିନ ପରେ ପ୍ରମାଣପତ୍ର ନପାଇବା ଦୃଷ୍ଟିରୁ ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହେବାସହ ସଂଗଠନ କିଭଳି ସୂଚାରୁ ରୂପେ ବାଣପୁର ବ୍ଲକରେ ସଂପାଦକ ସେ ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ ଜିଲ୍ଲା ସଭାପତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ସଂକର୍ଷଣ କରଣ ଓ ସଂପାଦକ ମୁକୁନ୍ଦ ମହାନ୍ତି ପରିଚାଳନା କରିଥିଲେ, ଦେଓଗାଁ ସରପଞ୍ଚ ଶ୍ରୀମତୀ ସରୋଜିନୀ ଛାଟୋଇ, ବ୍ଲକସ୍ତରୀୟ କର୍ମକର୍ତ୍ତା ଅଜୟ ପାଟ୍ଟଶାଣୀ, ଶରତ ଛାଟୋଇ, ଭିକାରୀ ନନ୍ଦ ଓ ଅଜୟ ମହାରଥି ଉପସ୍ଥିତ ଥିଲେ ।
ବାଣପୁର ରେ ନିର୍ମାଣ ଶ୍ରମିକ ସଂଘର ଆଲୋଚନା ଶିବିର ଅନୁଷ୍ଠିତ !!!

