ଚାନ୍ଦପୁର ରେ ସ୍ୱାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ର : ଆମ୍ବୁଲାନ୍ସ ନମିଳିବାରୁ ଟ୍ରଲିରେ ବୁହା ହେଲେ ବୃଦ୍ଧ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ମିଳି ନଥିବାରୁ ଅସହ୍ୟ ତାତିରେ ଟ୍ରଲି ଦ୍ଵାରା ବୁହା ହେଲେ ରୋଗୀ । ସୂଚନା ଅନୁଯାୟୀ, ଚାନ୍ଦପୁର ଇନ୍ଦିରା ଆବାସ କଲୋନୀର ଯୁଗଳ କାଣ୍ଡି (୭୫) ଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ମିଳି ନଥିବାରୁ ତାଙ୍କୁ ଟ୍ରଲି ଦ୍ଵାରା ହସ୍ପିଟାଲକୁ ନିଆଯାଇଥିଲା । ରୋଗୀଙ୍କ ବୟସ ୭୫ ବର୍ଷ ହେଇଥିବା ବେଳେ ଯଦି ଅଂଶୁଘାତରେ କିଛି ଅଘଟଣ ଘଟିଥାନ୍ତା, କି ଉତ୍ତର ଦେଇଥାନ୍ତେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି । ଅଂଶୁଘାତକୁ ନଜ଼ରରେ ରଖି ଆମ୍ବୁଲାନ୍ସ ସେବାକୁ ଆହୁରି ବ୍ୟାପକ କରିବା ଆବଶ୍ୟକ ବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *