ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି କିପରି ଦୁର୍ଘଟଣା ସଂଖ୍ୟା କମିବ ଏବଂ ସେଥିପାଇଁ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ସେ ବିଷୟରେ କହିଥିଲେ । ମୁଖ୍ୟତଃ ଦୁର୍ଘଟଣା ବିଭିନ୍ନ କାରଣକୁ ନେଇ ଘଟିଥାଏ ଏବଂ ଏଥିପାଇଁ ଜନ ସାଧାରଣଙ୍କୁ ବହୁ ମାତ୍ରାରେ ସଚେତନ ମଧ୍ୟ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ଚଳିତ ମାସରେ ବିଭିନ୍ନ ସ୍ଥାନରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଯାନ ବାହାନ ଧରପଗଡ କରାଯାଇଥିବାର ସଭାରେ କୁହା ଯାଇଥିଲା । ମୁଖ୍ୟତଃ ହେଲମେଟ, ଦ୍ରୁତଗାଡି ଚାଳନା, ମଦ ପିଇ ଗାଡି ଚଲାଇବା, ସିଟବେଲ୍ଟ ଇତ୍ୟାଦି ଉପରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କାର୍ଯ୍ୟ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ବିଭିନ୍ନ ସମୟରେ ଅନ୍ୟାନ୍ୟ ବହୁ କାରଣ ପାଇଁ ମଧ୍ୟ ଦୁର୍ଘଟଣା ଘଟିଥାଏ ତେଣୁ ସେଗୁଡିକୁ କିପିରି କମ କରାଯିବ ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଲୋକ ମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ସେହି ଭଳି ସ୍କୁଲ ବସ ଏବଂ ଅଟୋ ଭଳି ବିଭିନ୍ନ ଯାନବାହାନ ଗୁଡିକ ଯେପରି ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ସେଥିପ୍ରତି ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଥିଲା । ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ କରିବା, ବିପଦପୂର୍ଣ୍ଣ ରାସ୍ତାଘାଟରେ ସୂଚକ ଫଳକ ବ୍ୟବସ୍ଥା ଆଦିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତଥା ଉପ-ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ପ୍ରମୁଖଙ୍କ ସହ ପାରଳା ପୌର ପରିଷଦର ସହକାରୀ ଯନ୍ତ୍ରୀ ଓ କାଶୀନଗର ଏନ୍‌ଏସିର ସହକାରୀ ଯନ୍ତ୍ରୀ ମାନଙ୍କ ସହ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *