ସମର୍ପଣ ଅନ୍ତେବାସୀ ପାଳିଲେ ରଜ

0
317

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଲେଖନପୁର ସ୍ଥିତ ବୃଦ୍ଧା ଶ୍ରମ ସମର୍ପଣ ର ଅନ୍ତୋବାସୀ ମାନେ ରଜ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ୟୁକୋ ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ପରିବାର ପକ୍ଷରୁ ଅନ୍ତୋବାସୀ ମାନଙ୍କୁ ନିଜ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ରଜ ପିଠା ଏବଂ ରଜ ପାନ ବଣ୍ଟନ କରାଯାଇଥିଲା । ଅନ୍ତେବାସୀ ମାନେ ଆନନ୍ଦ ଉଲ୍ଲାସର ସହ ସମସ୍ତଙ୍କ ଗହଣରେ ପିଠା ର ମଜା ନେଇ ରଜ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିବାର ପକ୍ଷରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ କୁମାର ମହାନ୍ତି, ପ୍ରସନ୍ନ କୁମାର ବସନ୍ତିଆ , ଧିରେନ୍ଦ୍ର କୁମାର ପଟ୍ଟନାୟକ , ସିଲୁ ମହାପାତ୍ର ଏବଂ ଚିଣ୍ଟୁ ମହାପାତ୍ର ଉପସ୍ଥିତ ଥିଲେ । ସଂପୂର୍ଣ୍ଣ ଭାବରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା .

LEAVE A REPLY

Please enter your comment!
Please enter your name here