ବିଶେଷ ସଂଘାଧିବେଶନ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜି ବିଶେଷ ସଂଘାଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଉଦବୋଧନ ସଙ୍ଗୀତ ମାଧ୍ୟମରେ ଠାକୁରଙ୍କ ପରଦା ଉନ୍ମୋଚନ କରାଯାଇଥିଲା। ପ୍ରସନ୍ନ ନାୟକ ଭାଇ ସଭାପତିତ୍ୱ କରିଥିଲେ ଠାକୁର ମୁଖନିସୃତ ଅଭୟବାଣୀ ପୁସ୍ତକ,ଗୁରୁଗୀତା,ଠାକୁରଙ୍କ ଚିଠି ପ୍ରଭୃତି ଗ୍ରନ୍ଥପାଠ କରାଯାଇଥିଲା ଭାବ ବିନିମୟରେ ମାଆ ଭାଇ ମାନେ ନିଜ ନିଜର ଭାବ ପ୍ରକାଶ କରିଥିଲେ।ମଝିରେ ମଝିରେ ମାଆ ଓ ଭାଇ ମାନେ ଭକ୍ତି ସଙ୍ଗୀତ ଗାନ କରିଥିଲେ। ଶେଷରେ ଜୟଗୁରୁ ନାମ ସଂକୀର୍ତ୍ତନ ଦ୍ଵାରା ଅଧିବେଶନର ସାଙ୍ଗ କରାଯାଇଥିଲା ଏହି ସଂଘ।ଧିବେଶନରେ ଜଳଧର ଭାଇ,ପପୁ ଭାଇ,ଶୁଭ ଭାଇ, ମୁନା ଭାଇ ବିବେକ ଭାଇ ପୁଷ୍ପା ମାଆ ପୂଜା ମାଆ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ଆଶିଷ ନେଇଥିଲେ।

Leave a Reply

Your email address will not be published. Required fields are marked *