ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟପିର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଗୋଶାଣି ବ୍ଲକ ସମ୍ମିଳନୀ କକ୍ଷ ଠାରେ କୋଭିଡ ପିଡୀତ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ବୁଝାଇ ଥିଲେ । କୋଭିଡ ପୀଡିତ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନ କରାଇଥିଲେ ଏବଂ ମାଗଣା ଆଇନ ସେବା ଜିଲ୍ଲାର କୋଣ ଅନୁକୋଣରେ କିପରି ପହଞ୍ଚି ପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଅନ୍ୟତମ ଅତିଥି ଭାବେ ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଯୋଗଦେଇ କୋଭିଡ ପୀଡିତ ମାନେ କିପରି ସରକାରୀ ଯୋଜନା ତଥା ଆଶୀର୍ବାଦ ଯୋଜନାର ବାପା ଓ ମାଆଙ୍କୁ ହରାଇଥିବା ଶିଶୁଙ୍କ ଲାଗି ବ୍ୟବସ୍ଥା ରହିଛି । ବିଶେଷ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସୁବିଧା, ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପ୍ୟାକେଜ ଯୋଜନାରେ ମିଳିବ ସହାୟତା, ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ ଓ ଯୋଗ ଯତ୍ନ ପ୍ରଦାନ କାରୀ ବ୍ୟକ୍ତି ଙ୍କୁ ଅନ୍ୟାନ୍ୟ ସରକାରୀ ଯୋଜନା ରେ ପ୍ରାଥମିକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଅଧିକାରୀ, ଅନ୍ୟାନ୍ୟ ବ୍ଲକ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ପ୍ରାଧିକରଣ ର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *