ଦଶପଲ୍ଲା ରେ କାହା ଇସାରାରେ କରାଯାଉଛି ଏଏନଏମ ଛାତ୍ରୀ ମାନଙ୍କୁ ଛଟେଇ !!!

Spread the love

ଦଶପଲ୍ଲା // ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ // କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଏଏନଏମ ଛାତ୍ରୀ ମାନଙ୍କୁ ବିନା କାରଣରେ ଛଟେଇ କରି ସେମାନଙ୍କ ସ୍ଥାନରେ ନୂତନ ଛାତ୍ରୀ ମାନଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ବିରୋଧରେ ଅଭିଯୋଗ କରିଛନ୍ତି ପୁରାତନ ଛାତ୍ରୀ । ୨୦୧୩ ମସିହାରେ ଭୁବନେଶ୍ୱର ଏବଂ ବଡ଼ମ୍ବା ଅଞ୍ଚଳରୁ ଛାତ୍ର ଛାତ୍ରୀ ମାନଙ୍କୁ ଚାକିରି କରାଇଦେବ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଶ୍ରୀହରି ନାୟକ ଦଶପଲ୍ଲା ଅଞ୍ଚଳରେ ନିଜକୁ ସମାଜସେବୀ ଭାବେ ପରିଚିତ କରାଇ ଜେପିଏନ ନାମରେ ନର୍ସିଂ ସଂସ୍ଥା କରିଛନ୍ତି । ଏହି ସଂସ୍ଥା ମାଧ୍ୟମରେ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସିଂ ଛାତ୍ରୀ ମାନଙ୍କୁ ନିଯୁକ୍ତି ମିଳୁଛି । ଅଭିଯୋଗ କରିଥିବା ଛାତ୍ରୀ ମାନଙ୍କ କହିବା ମୁତାବକ ସେମାନେ କୋଭିଡ ସମୟରେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । କିଛି ମାସ କାର୍ଯ୍ୟ କରିବା ପରେ ଏବେ ସେମାନଙ୍କୁ ଡକ୍ୟୁମେଣ୍ଟ ଦାଖଲ କରିବା ପାଇଁ କୁହାଗଲା । ସମସ୍ତ ଡକ୍ୟୁମେଣ୍ଟ ଦାଖଲ ପରେ , କିଛି ଛାତ୍ରୀଙ୍କୁ ଛଟେଇ କରି ନୂତନ ଛାତ୍ରୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି ସଂସ୍ଥାର ମାଲିକ । ଯେଉଁ ମାନଙ୍କର ମାର୍କ କମ ଥିବା ବେଳେ ଅଭିଜ୍ଞତା ମଧ୍ୟ ନାହିଁ । ଅର୍ଥ କାରବାର କରି ସେମାନଙ୍କୁ ନିଯୁକ୍ତି ଦିଆ ଯାଇଥିବାର ଅଭିଯୋଗ କରିଛନ୍ତି ପୁରାତନ ଛାତ୍ରୀ ।

ଏ ସମ୍ପର୍କରେ ଛାତ୍ରୀ ମାନେ ସିଡିଏମଓ ଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଦେବା ସହ ଡିପିଏମ ଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଡିପିଏମ କହିଥିବା ପ୍ରକାଶ କରିଛନ୍ତି ଛାତ୍ରୀ ମାନେ । ତେବେ ଏଠାରେ ପ୍ରଶ୍ନ ଉଠେ କରୋନା ସମୟରେ କାର୍ଯ୍ୟ କରିଥିବା ଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଦିଆ ନଯାଇ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନିଯୁକ୍ତି ଦେବା ପଛର କାରଣ କ’ଣ । ଅଭିଜ୍ଞତା ଥିବା ଏବଂ ମାର୍କ ବେସିସ୍ ରେ ଅଧିକ ନମ୍ବର ଥିବା ଛାତ୍ରୀ ଙ୍କୁ ନିଯୁକ୍ତି ଦିଆ ନଯାଇ କମ ମାର୍କ ଥିବା ଛାତ୍ରୀ ମାନଙ୍କୁ ନିଯୁକ୍ତି ଦିଆଯାଉଛି କିପରି । ଏହା ପଛରେ କିଛି ଅର୍ଥ କାରବାର ହୋଇନିତ । ଏହା ତଦନ୍ତ ସାପେକ୍ଷ । ବିନା କାରଣ ରେ ସେମାନଙ୍କୁ ଚାକିରି ରୁ ଛଟେଇ କରି ଦିଆଯାଇଛି କାହିଁକି । ତେବେ ଦଶପଲ୍ଲା ଅଞ୍ଚଳରେ ନିଜକୁ ସମାଜସେବୀ କହୁଥିବା ଶ୍ରୀହରି ନାଏକ ନାମକ ବ୍ୟକ୍ତି ଯିଏକି ନିଜ ପରିବାର ର ଜଣକ ନାମରେ ଜେପିଏନ ନର୍ସିଂ ସଂସ୍ଥା କରିଛନ୍ତି ତାଙ୍କର ଏପରି କାମ ପଛରେ ବିଭାଗୀୟ ଅନୁମତି ମିଳୁଛି କିପରି ?? ତେବେ ଅଭିଯୋଗ ଅନୁଯାୟୀ ଏହି ସଂସ୍ଥା ମାଧ୍ୟମ ରେ ଚାକିରୀ କରିବାକୁ ହେଲେ ମାର୍କ ର ଆବଶ୍ୟକତା ନାହିଁ କେବଳ ପକେଟ୍ ଗରମ କରିବା ର ଆବଶ୍ୟକତା ରହିଛି ନହେଲେ ଚାକିରି ମିଳିବ ନାହିଁ । ଏହି ସବୁ ଅଭିଯୋଗ କୁ ଜିଲ୍ଲା ସିଡିଏମଓ ଅଫିସ କୁ ଯାଇ ଲିଖିତ ଭାବେ ଅଧିକାରୀ ଙ୍କୁ ଜଣାଇବା ପରେ ଖୁବ୍ ଶୀଘ୍ର ଏ ସମସ୍ୟା ର ସମାଧାନ କରାଯିବ ବୋଲି ଡିପିଏମ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଛାତ୍ରୀମାନଙ୍କୁ ଚାକିରିରୁ ବହିଷ୍କାର କରିବାର କାରଣ କଣ ? ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।।

 

Leave a Reply

Your email address will not be published. Required fields are marked *