ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ପୋଖରୀଗୋଛା ଗ୍ରାମ ପଞ୍ଚାୟତ ର ପ୍ରତ୍ୟକ୍ଷ ଦେବୀ ମା ସୁନାଦେଇ । ମା’ ଙ୍କ ନିକଟ ରେ ଯିଏ ଯାହା ମାନସିକ କରିଛି ନିଶ୍ଚିତ ତା ମାନସିକ ପୂରଣ ହୋଇଛି ଏକଥା ଆଜି ବି ବିଶ୍ୱାସ ରହିଛି । ପ୍ରତ୍ୟେକ ବର୍ଷ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ କରି ୩ ଦିନ ପର୍ଯ୍ୟନ୍ତ ମା’ ଙ୍କ ପ୍ରାଙ୍ଗଣ ରେ ହୋମ ଯଜ୍ଞ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଟିତ ହୋଇଥାଏ । କିନ୍ତୁ ଗତ ଦୁଇବର୍ଷ ଧରି କରୋନା ମହାମାରୀ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବନ୍ଦ ରଖାଯାଇଥିଲା । ଚଳିତ ବର୍ଷ ଏହି ବାର୍ଷିକ ଉତ୍ସବ ର ପ୍ରଥମ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥବା ବେଳେ , ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ୧୦ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସତ୍ୟଭାମା ନାୟକ, ପୋଖରୀଗୋଛା ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଶିବସେନ ନାୟକ ଙ୍କ ସମେତ ବହୁ ବରିଷ୍ଠ ଅତିଥି ମାନେ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନେ ମା ସୁନାଦେଇ ଙ୍କ ଦର୍ଶନ କରିବା ସହ ସେହି ସ୍ଥାନରେ ଏକ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ଅତିଥି ମାନେ ମଞ୍ଚ ଉପରେ କେଉଁ ଭଳି ଏହି ଅଞ୍ଚଳ ର ଅଧିକ ରୁ ଅଧିକ ବିକାଶ ହେବ ସେ ଦିଗରେ ଅଭିଭାଷଣ ରଖିଥିଲେ । ଏ ନେଇ ଉପସ୍ଥିତ ସମଗ୍ର ଅଞ୍ଚଳ ବାସୀ ବିଧାୟକ ଏବଂ ଅନ୍ୟ ଅତିଥି ମାନଙ୍କୁ ଆନନ୍ଦ ର ସହ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ମା ସୁନାଦେଇ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

