ଗୋଶାଣି ବ୍ଳକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ହେବ କେବେ ???

0
225

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଛି . ଏହାର କାର୍ଯ୍ୟ ତୁଲାଉଛନ୍ତି କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ . ତେଣୁ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସକାଶେ ଅଞ୍ଚଳବାସୀ ତରଫରୁ ଦାବି ହେଉଛି । ଏହି ବିଷୟ ସମିତି ବୈଠକରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା । ଦାୟିତ୍ବ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜନ ପ୍ରତିନିଧି ମାନେ କେଉଁ ସ୍କୁଲରେ ଅଧିକ ଶିକ୍ଷକ ଅବସ୍ଥାପିତ ରହିଥିବା ବେଳେ ଅନ୍ୟ କିଛି ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିବା ଶିକ୍ଷକଙ୍କ ସଂଖ୍ୟା କମ ରହିଥିବା ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଅନ୍ୟପଟେ ଅନ୍ୟ ବ୍ଳକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏହି ବ୍ଳକରେ ବିଭିନ୍ନ ସ୍କୁଲରେ ଡେପୁଟେସନରେ ଆସି କିଛି ଦିନ କାର୍ଯ୍ୟ କଲା ପରେ ସେହି ସ୍କୁଲରେ ସ୍ଥାୟୀତ୍ୱ କରାଯାଇ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପଟେ ଛାତ୍ର ଛାତ୍ରୀ ସଂଖ୍ୟା ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ଅବସ୍ଥାପିତ କରାଯାଉଥିବା ସରକାର କହୁଥିବା ବେଳେ ଏହି ବ୍ଳକରେ କେଉଁଠାରେ ଛାତ୍ର ଛାତ୍ରୀ ସଂଖ୍ୟା ଅଧିକା ଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା କମ ଓ କେଉଁ ସ୍କୁଲରେ କମ ଛାତ୍ର ଛାତ୍ରୀ ଥିବା ବେଳେ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବାର ଜନ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ । ଏହି ବ୍ଳକ ରେ ଦୀର୍ଘ ଦିନ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନ ହେଉଥିବା ନେଇ ଜନ ପ୍ରତିନିଧି ମାନେ ପ୍ରଶ୍ନ ସୃଷ୍ଟି କରିଥିଲେ । ଏହି ବିଷୟରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ବିଭିନ୍ନ ସ୍କୁଲ ଗୁଡିକରେ ପାନୀୟ ଜଳର ବ୍ୟବସ୍ଥା ନଥିବା ନେଇ ଜନ ପ୍ରତିନିଧି ମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହି ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ । ଏହାର ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ସେହିପରି ସମିଶ୍ରଣ ହୋଇଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିଜ ଗ୍ରାମରୁ ଚୟନ ହୋଇଥିବା ବିଦ୍ୟାଳୟକୁ ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯାଉ ନଥିବା ନେଇ ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଭଳି ବିଭିନ୍ନ ସମସ୍ୟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ରହି ଥିବାରୁ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ପାଇଁ ଅଞ୍ଚଳ ବାସୀ ଦାଵୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here