କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଲକ୍ଷ୍ମୀ ନାରାୟଣପୁର ପିଇଜି କେନ୍ଦ୍ରରେ ବର୍ଷ ବର୍ଷ ଧରି ଶ୍ରମିକ ଭାବେ ବସ୍ତା ବୋହି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଆଉ ଏବେ ଯୋଗାଣ ବିଭାଗର ଚଞ୍ଚକତାରେ ବେରୋଜଗାର ହେବା ଆଶଙ୍କାରେ ସରକାରୀ ପିଇଜି କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ୨୧ ଜଣ ଶ୍ରମିକ । ଦୀର୍ଘ ଦିନରୁ ଲଷ୍ମୀ ନାରାୟଣପୁର ରେ ଥିବା ପିଇଜି କେନ୍ଦ୍ରରୁ ଡେରାବିଶ ଓ ରାଜନଗର ବ୍ଲକ ପାଇଁ ପିଡ଼ିଏସ ଚାଉଳ ଓ ଗହମ ଉଠା ଯାଉଥିବା ବେଳେ ଶ୍ରମିକ ମାନେ ବେଶ ଭଲ ରୋଜଗାର କରି ନିଜେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ରାଜନଗର ବ୍ଲକକୁ ଆଳି ବ୍ଲକରେ ଥିବା ୱେୟାର ହାଉସରେ ସାମିଲ କରିବାକୁ ଶୁଣି ଶ୍ରମିକ ମାନେ ନିଜର ପରିବାର କିପରି ଭାବେ ପ୍ରତିପୋଷଣ କରିବେ ସେ ନେଇ ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଏହାର ସୁସମାଧାନ କରାନଯାଏ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି ।
ପିଇଜି କେନ୍ଦ୍ର ସମ୍ମୁଖରେ ଶ୍ରମିକ ମାନଙ୍କ ଧାରଣା !!!

