ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସୁପରିଚାଳନା ପାଇଁ ଏକ କମିଟି ଗଠିତ ହୋଇଛି । ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଏଡ଼ିଏମଓ ମେଡିକାଲ, ଦୁଇ ମ୍ୟାନେଜର, ଦୁଇ ନର୍ସ, ଦୁଇ ଫାର୍ମାସିଷ୍ଟ, ଏନଏଚଏମ, ଡିପିଏମ, ଡ୍ୟାମ ଓ ଅନ୍ୟ ଅଧିକାରୀ ରହିଛନ୍ତି । ସପ୍ତାହର ପ୍ରତି ଗୁରୁବାର କମିଟିର ବୈଠକ ବସିବ ଓ ଆଲୋଚନା ପରେ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଏହି କମିଟି ନିଷ୍ପତ୍ତି ନେଇଛି । ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ଯେ ଏହି ହସ୍ପିଟାଲ ଅନେକ ସମୟରେ ବିଭିନ୍ନ ଦୁର୍ନୀତି ଏବଂ ବିବାଦ ପାଇଁ ଚର୍ଚ୍ଚାରେ ରହିଥାଏ । କେତେବେଳେ ମେଡିସିନ ଘୋଟଲା ତ ଆଉ କେବେ ବେଆଇନ ନିଯୁକ୍ତି, ବିପର୍ଯ୍ୟସ୍ତ ନିରାପତ୍ତା, ପରିମଳ ବ୍ୟବସ୍ଥା ଓ ପ୍ରସୂତୀଙ୍କ ଠାରୁ ଲାଞ୍ଚ ଆଦି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଅନୁଗୁଳ ମେଡିକାଲର ସବୁ ସମସ୍ୟାର ସମାଧାନ ପାଇଁ ଏହି କମିଟି ତିଆରି ହୋଇଛି ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସୁପରିଚାଳନା ପାଇଁ କମିଟି ଗଠିତ !!!

