ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂସ୍ଥା ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମରେ ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଙ୍କ ଅଧ୍ୟକ୍ଷତାରେ ମାତୃ ଦିବସ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କଲ୍ୟାଣୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ । ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ମାତୃ ଦିବସ ର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସମ୍ପର୍କ ରେ ବୁଝାଇ ଥିଲେ । ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ଜେନିମା ରଇତ , ଶ୍ରୀମତୀ ଅଞ୍ଜଳି ଗମାଙ୍ଗ ଯୋଗଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟ ର ଯତ୍ନ ଉପରେ ଆଲୋଚନା କରିଥିଲେ । ଅନ୍ୟ ସଦସ୍ୟ ଶ୍ରୀମତୀ ସୁନୀତା ବେହେରା, ଶ୍ରୀଯୁକ୍ତ ଜୟଦେବ ଗମାଙ୍ଗ, ଭୁସନ୍ୟା ଗମାଙ୍ଗ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ସଭାର ଶେଷ ଭାଗରେ ଆଦିବାସୀ ଗୀତ ଓ ନାଚର ଆୟୋଜନ ହୋଇଥିଲା । ଶିଶୁ ମାନଙ୍କ ମଧ୍ୟରେ ମାଆ ଉପରେ ରଚନା ପ୍ରତିଯୋଗିତା ହୋଇଥିଲା । ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସର୍ବଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ !!!

