ବିଦ୍ୟୁତ୍ ବିଭାଗ ର ଅପାରଗତା କାରଣରୁ ପାଦେ ପାଦେ ବିପଦ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ସୁଧୁରି ପାରିନି ବିଦ୍ୟୁତ ନିରାପତ୍ତା ବ୍ୟବସ୍ଥା . ରାଜରାସ୍ତାରେ ବିଦ୍ୟୁତ ବିଭାଗର ଅପାରଗତା କାରଣରୁ ପାଦେ ପାଦେ ବିପଦ ଦେଖା ଦେଇଛି । ହେମସୁରପଡା ୧୯ ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା କଡରେ କାଠ ଖୁଣ୍ଟିକୁ ଭରସା କରି ବିଦ୍ୟୁତ ତାର ଭିଡାହୋଇ ରହିଛି । ତାର ଏତେ ତଳେ ଝୁଲି ରହିଛି ଯେ , କେତେବେଳେ କଣ ହେବ କିଛି କହି ହେବ ନାହିଁ । ଲୋକଙ୍କ ଅଭିଯୋଗ ଅନୁସାରେ ସେସୁ ଅଧିନରେ ବିଭାଗ ଥିଲାବେଳେ ଟେଣ୍ଡର କରାଯାଇ ଠିକାଦାରଙ୍କ ଜରିଆରେ ଖୁଣ୍ଟ ପୋତିବା କାମ କରାଯାଉଥିଲା । ସେସୁ ଯାଇ ଟାଟା ପାୱାର କାମ ହାତକୁ ନେବା ପରେ ପୂର୍ବର ଅଧାପନ୍ତରିଆ କାମ ସେହିଭଳି ପଡି ରହିଛି । ରାସ୍ତା କଡରେ ସିମେଣ୍ଟ ଖୁଣ୍ଟ ପୋତା ସରିଥିଲେ ମଧ୍ୟ ତାର ବାନ୍ଧିବା କାମ ଆଜିଯାଏ ହୋଇପାରୁ ନାହିଁ । ଲୋକଙ୍କ ଅଭିଯୋଗ ଟାଟା ତରଫରୁ ତାର ବାନ୍ଧିବା କାମ ତୁରନ୍ତ ଆରମ୍ଭ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ।

Leave a Reply

Your email address will not be published. Required fields are marked *