ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ସହିତ ପାଟିତୁଣ୍ଡ ପରେ ସିକ୍ୟୁରିଟି ଗାର୍ଡ କୁ ମାଡ ମାରିବା ଘଟଣାରେ ସମ୍ପୃକ୍ତ ଯୁବକ ଗିରଫ . ସିସି ଟିଭି ରେ ଏହାର ଚିତ୍ର କଏଦ ହେବା ପରେ ଘଟଣା ର ୩ ଦିନ ପରେ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଧରିବାରେ ହୋଇଛି ସଫଳ . ରୋଗୀ ଚିକିତ୍ସା କରିବାକୁ ଆସି ଯୁବକ ଓ ତାଙ୍କ ସହଯୋଗୀ ପ୍ରଥମେ ଡାକ୍ତରଙ୍କ ସହିତ କଲେ ପାଟିତୁଣ୍ଡ ପରେ ଡିଉଟି ରେ ରହିଥିବା ସିକୁରିଟି ଗାର୍ଡ ମାନଙ୍କୁ ମାଡ ମାରିଲେ . ଯାହାର ଚିତ୍ର ହସ୍ପିଟାଲ ସିସି ଟିଭିରେ ହୋଇଛି କଏଦ . ଏହାକୁ ଆଧାର କରି ପୋଲିସ ତଦନ୍ତ ରହିଛି ଜାରି . ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ . ସେପଟେ ଘଟଣାର ୩ ଦିନ ପରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଯୁବକ ଓଁମ ପ୍ରକାଶ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ . ଅପର ପଟେ ଏହି ଘଟଣାରେ ସମ୍ପୃକ୍ତ ରହଥିବା ଅନ୍ୟ ଯୁବକ ମାନେ ଅଦ୍ୟାବଧି ରହିଛନ୍ତି ଫେରାର . ତୁରନ୍ତ ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ ପାଇଁ କାର୍ଯ୍ୟରତ ସିକୁରିଟି ଗାର୍ଡ ମାନଙ୍କ ପକ୍ଷରୁ ଏବେ ଦାବି ଜୋର ଧରିଛି .
ଡାକ୍ତରଙ୍କ ସହିତ ପାଟିତୁଣ୍ଡ ଓ ସିକ୍ୟୁରିଟି କୁ ମାଡ ମାରିବା ଘଟଣା : ଅଭିଯୁକ୍ତ ଗିରଫ !!!

