ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୁପୋଷଣ ଶିକାର ହୋଇଥିବା ଶିଶୁ ମାନଙ୍କୁ ଉଦ୍ଧାର କଲା ସୁକିନ୍ଦା ମେଡିକାଲ ଟିମ୍ . ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ କଅଁସ ପଞ୍ଚାୟତ ଅଧୀନସ୍ଥ ବିଟ ସାହି ପାଖ ମାଲ୍ଲାର ବସ୍ତିରେ ବହୁ ଶିଶୁ କୁପୋଷଣର ଶିକାର ହୋଇଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ସୂଚନା ପାଇବା ପରେ ସୁକିନ୍ଦା ମେଡିକାଲର ଏକ ସ୍ୱତନ୍ତ୍ର ଟିମ୍ କଅଁସ ପଞ୍ଚାୟତ ମାଲ୍ଲାର ବସ୍ତିରେ ବୁଧବାର ଦିନ ପହଞ୍ଚି କୁପୋଷଣ ଶିକାର ହୋଇଥିବା ଶିଶୁ ମାନଙ୍କୁ ଉଦ୍ଧାର କରିଛନ୍ତି . ଉଦ୍ଧାର ଶିଶୁ ମାନଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଶିଶୁ ମାନଙ୍କର ଏବେ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି ।
କୁପୋଷଣ ଶିକାର ହୋଇଥିବା ଶିଶୁ ମାନଙ୍କୁ ଉଦ୍ଧାର କଲା ସୁକିନ୍ଦା ମେଡିକାଲ ଟିମ୍ !!!

