ଟାଙ୍ଗି ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଶିକ୍ଷକ , ଶିକ୍ଷା କର୍ମଚାରୀ , ଅବସର ପ୍ରାପ୍ତ ଶିକ୍ଷା ବିଭାଗ କର୍ମଚାରୀଙ୍କର ଏକ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ବ୍ୟାଚ ସମସ୍ୟା , ଅଭିଯୋଗ ଦାଖଲ କରିଥିଲେ । ସେଥି ମଧ୍ୟରୁ ଦୁଇ ଗୋଟି ସମସ୍ୟା ତ୍ବରିତ ସମାଧାନ କରାଯାଇ କାମିନୀ ବାଳା ସେଠୀଙ୍କୁ ତାଙ୍କର ବକୋୟା ପ୍ରାପ୍ତ ଚେକ ଆକାରରେ ପ୍ରଦାନ କରାଯାଇଥିଲା । ଅନ୍ୟ ସମସ୍ତ ଅଭିଯୋଗ ଆସନ୍ତା ଏକ ମାସ ମଧ୍ୟରେ ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯିବା ସହିତ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି ଆଦେଶ ପ୍ରଦାନ କରିଥିଲେ । ଦୀର୍ଘ ଦିନରୁ ଅସମାହିତ ହୋଇ ରହିଥିବା ବହୁ ଅଭିଯୋଗ ଅସୁବିଧା ର ଶୁଣାଣୀ ହୋଇ ଥିବାରୁ କର୍ମଚାରୀଙ୍କ ମନରେ ସନ୍ତୋଷ ପ୍ରକାଶ ପାଇଥିଲା . କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାଧନ ଅଧିକାରୀ ଦେବଦତ ମହାପାତ୍ର ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାବିତ୍ରୀ ସାହୁ ଓ ଯମୁନା ହେମ୍ରମ ପରିଚାଳନା କରିଥିଲେ ।