ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୋ କଲେଜ ଅଭିଯାନ ତରଫରୁ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ + ୩ କଳା, ବିଜ୍ଞାନ ବିଭାଗର ଶେଷ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାର୍ଗ ଦର୍ଶକ ଭାବେ +୨ ଅଧ୍ୟକ୍ଷା ଡଃ କଳ୍ପନା ଦାଶ, ବରିଷ୍ଠ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଅଧ୍ୟାପିକା ଡଃ ଜୟନ୍ତୀ ସାମଲ, ଅଧ୍ୟାପକ ଡଃ ଲକ୍ଷ୍ମିଧର ସୁବୁଦ୍ଧି, ଡଃ କୈଳାସ ଚନ୍ଦ୍ର ମହାରଣା, ଡଃ ଅକ୍ଷୟ କୁମାର ମିଶ୍ର, ପତିତପାବନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ + ୩ ଶେଷ ପରେ କିଭଳି ବିଭିନ୍ନ ସେକ୍ଟର ରେ କ୍ୟାରିୟର କରିପାରିବେ ବିସ୍ତ୍ରୁତ ଭାବେ ବୁଝାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ସୋସିଆଲ ସର୍ଭିସ୍, ଇଗ୍ନୋରେ କ୍ୟାରିୟର, ପେଡାଗୋଜିକାଲ ସାଇନ୍ସ, ମାସ ମିଡିଆ, ବ୍ୟାଙ୍କିଙ୍ଗ, ଇନସୁରାନସ, ଡିଫେନସ, ପାରାମିଲିଟାରୀ ସଂପର୍କ ରେ କ୍ୟାରିୟର କରିବାକୁ ହେଲେ ନିଜକୁ କିପରି ପ୍ରସ୍ତୁତ କରିବାକୁ ହେବ ତାହା ମାର୍ଗ ଦର୍ଶକ ମାନେ ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ କୁ ମୋ କଲେଜ ସଂଯୋଜକ ବିଜୟ କୁମାର ରାଉତ ପରିଚାଳନା କରିଥିଲେ । ଶେଷ ବର୍ଷ ର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅଧ୍ୟାପିକା ଡଃ ମୋନାଲିସା ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମ କୁ ଅଧିକ ବ୍ୟାପକ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ଅଧ୍ୟକ୍ଷା ଙ୍କୁ ଅନୁରୋଧ କରିଥିଲେ ।
ବାଲୁଗାଁ କଲେଜ ରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ !!!

