ନାବାଳିକା ଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳୀନ ମନ୍ତବ୍ୟ ନେଇ ୨ ଟି ମାମଲାରେ ୨ ଜଣ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ନାବାଳିକା ଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳୀନ ମନ୍ତବ୍ୟ ଦେବା ନେଇ ୨ ଟି ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ମାର୍ଚ୍ଚ ୮ ତାରିଖରେ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଟିଉସନ ଯିବା ସମୟରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାର ଅଭିଯୁକ୍ତ ଟାକୁଆ ଗାଁ ‘ର ବିକାଶ ସାହୁ (୨୪) ଙ୍କୁ ପୁଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେହିଭଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରେ କେହି ନଥିବା ବେଳେ ପଡ଼ିଶାରେ ରହୁଥିବା ଜୟପଙ୍ଗା ଗାଁ ‘ର କୈଳାଶ ବେହେରା ନାମକ ଜଣେ ଯୁବକ ମାର୍ଚ୍ଚ ୨୦ ତାରିଖରେ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୁଲିସ କୈଳାଶଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି ।

 

Leave a Reply

Your email address will not be published. Required fields are marked *