ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ବହ୍ଲର ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ । ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ ଜଣେ ଜରି ଗୋଟାଳୀ ବୋଲି ଜଣାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ସୂଚନା ଅନୁସାରେ, ଆଜି ଏକ କୋଇଲା ବୋଝେଇ ଟ୍ରକ ତାଳଚେର ରୁ ବଅଁରପାଳ ଯାଉଥିବା ବେଳେ ଜଣକୁ ଧକ୍କା ଦେଇ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ଚାଳକ ଫେରାର ଅଛନ୍ତି । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଡ୍ରାଇଭରକୁ ଧରିବାକୁ ଯଥା ସମ୍ଭବ ପ୍ରୟାସ କରାଯିବ ବୋଲି ପୁଲିସ କହିଛି ।