ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁର୍ନୀତି ଓ କେଳେଙ୍କାରୀ ସତେ ଯେମିତି ଡମପଡା ବ୍ଲକ ନାଁ ସାଙ୍ଗରେ ଯୋଡି ହୋଇ ଯାଇଛି . ବାଙ୍କୀ ନିର୍ବାଚନ ମଣ୍ଡଳୀର ଏହି ବ୍ଲକ ଟି ବିଗତ ଦିନରେ ମନରେଗା ଅର୍ଥ ଘୋଟଲା ଏବଂ ଭିଜିଲାନସ ରେଡ କୁ ନେଇ ଚର୍ଚ୍ଚାରେ ଥିବା ସମୟରେ ଏବେ ସାମନାକୁ ଆସିଛି ଆଉ ଏକ ନୂଆ କେଳେଙ୍କାରୀ ଘଟଣା . ସରକାରଙ୍କ ଶିକ୍ଷିତ ଗ୍ରାମର ସ୍ମାର୍ଟ ଲୋକଙ୍କୁ କଳାକନା ବୁଲାଇଛି ଜଣେ ଠକ । ଗ୍ରାମାଞ୍ଚଳ ଘର ମାନଙ୍କରେ ନମ୍ବର ପ୍ଲେଟ୍ ଲଗାଇବାର ବାହାନା କରି ସମ୍ବଲପୁର ଅଞ୍ଚଳର ଡୁଗୁଲ୍ ଯାଦବ ( ଛଦ୍ମ ନାମ ହୋଇ ଥାଇପାରେ ) ଡମପଡା ବ୍କକର ସବୁ ଗ୍ରାମରୁ ଘର ପ୍ରତି ୩୦ ଟଙ୍କା ଆଦାୟ କରି ପ୍ରାୟତଃ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିଛି । ଏଠାରେ ସୂଚନାଯୋଗ୍ୟ ବାଙ୍କୀ ରେ ନିୟମିତ ସିଡିପିଓ ନଥିବା ବେଳେ ସହକାରୀ ସିଡିପିଓଙ୍କ ଠାରୁ ଉକ୍ତ ବ୍ୟକ୍ତି ଜଣକ ସୁପାରିଶ ପତ୍ର ନେଇ ଗ୍ରାମାଞ୍ଚଳରୁ ଟଙ୍କା ଉଠାଇଛି । ଏଥିରେ ସହଯୋଗ କରିଥିବା ଅଙ୍ଗନବାଡି କର୍ମି ମାନଙ୍କୁ ପାଞ୍ଚ ଟଙ୍କା କମିଶନ ଦିଆଯାଇଛି । କେତକ ସ୍ଥାନରେ କର୍ମୀଙ୍କୁ ଟଙ୍କା ନ ଦେଇ ପଳଉଥିବା ବେଳେ ବାଦାନୁବାଦ ଦେଖା ଯାଇଥିଲା ॥ ଗାଁ ମହିଳା ମାନେ କୌଣସି କଥାକୁ ଗୁରୁତ୍ୱ ନଦେଇ ଟଙ୍କା ଦେଇ ପ୍ଲେଟ୍ ଗ୍ରହଣ କରିବା ଉପରେ ସନ୍ଦେହ ହୋଇଥିଲା ॥ ଯାହା ଫଳରେ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଏ ବିଷୟରେ ପଚାରିଯିବାରୁ ସେ କହିଲେ ସେପରି କିଛି ଘଟି ନଥିବ । ସରକାରଙ୍କ ତରଫରୁ ସେପରି କିଛି କାର୍ଯ୍ୟ ଆସିନି କରିବାକୁ । ପରବର୍ତ୍ତୀ ସମୟରେ ବି.ଡି.ଓ / ସି.ଡି.ପି.ଓ / ସୁପର ଭାଇଜରଙ୍କୁ ଏହି ଘଟଣା ସଂପର୍କରେ ପଚାରିବାରୁ ସେମାନେ ପରସ୍ପରକୁ ଦୋଷ ଲଦୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳରୁ ସଂଗ୍ରହ ହୋଇଥିବା ଟଙ୍କା ଉପରେ ଉଚ୍ଚ କର୍ମଚାରୀଙ୍କ ଭାଗ ରହି ଯାଇଛି । ନଚେତ ଏ ଲୋକର କିପରି ସାହାସ ହେଲା ଅର୍ଥ ଆଦାୟ କରିବାକୁ !! ସିଡିପିଓ ଲେଟର ନପଢି ଦସ୍ତଖତ କରିଥିବା କଥା ତାଙ୍କ କର୍ମଚାରୀଙ୍କୁ କହୁଛନ୍ତି । ଘଟଣା ସମ୍ପର୍କରେ ପଚାରିବାରୁ ଆମ ପ୍ରତିନିଧିଙ୍କର ଫୋନ କେବେହେଲେ ଉଠାଉ ନାହାନ୍ତି . ଲୋକଙ୍କ କଲ୍ୟଣ ପାଇଁ ସରକାର ରାଜକୋଷରୁ ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି , କିନ୍ତୁ ଏପଟେ ସାଧାରଣ ଲୋକଙ୍କ ଝାଳବୁହା ଧନ ନେଇ ଠକ ଫେରାର ।

