ପାରିବାରିକ କଳହରୁ ଦଉଡି ଦେଇ ଆତ୍ମହତ୍ୟା !

0
291

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ଥାନା ଅନ୍ତର୍ଗତ ବାସନ୍ତୀ ପଲ୍ଲୀ ସାହିରେ ପାରିବାରିକ କଳହ କାରଣରୁ ଜଣେ ବ୍ୟକ୍ତି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଟିକାବାଲି ଥାନା ଦଡିଙ୍ଗିଆ ଗ୍ରାମର ରମଣ ଦିଗାଳ(୩୫) ବାସନ୍ତୀ ପଲ୍ଲୀ ସାହିରେ ଏକ ଭଡ଼ାଘରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହି ଆସୁଥିଲେ । ସେ ଏକ ଚିକେନ୍ ଦୋକନରେ ରହି କାମ କରୁଥିଲେ । କୌଣସି କାରଣରୁ ସ୍ତ୍ରୀ ସହ ଘରେ ଝଗଡ଼ା ଲାଗିବ ପରେ ସ୍ତ୍ରୀ ତାଙ୍କ ବାପଘରକୁ ଚାଲି ଯାଇଥିଲେ । ଏଥିରେ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶନିବାର ସକାଳୁ ତାଙ୍କ ଶାଳକ ଆହାସ ନାୟକ ସେ ଘରକୁ ଯାଇ ଭିଣୋଇଙ୍କୁ କବାଟ ବାଡ଼େଇ ଡ଼ାକିଥିଲେ । କିନ୍ତୁ କୌଣସି ଉତ୍ତର ମିଳିନଥିଲା , ଏହାପରେ କବାଟ ଠେଲି ଦେଖିଲା ବେଳକୁ ତାଙ୍କ ଭିଣୋଇ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ରାଇକିଆ ଥାନାରେ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ରାଇକିଆ ଥାନା ଅଧିକାରୀ ତରୁଣ ତପନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଶବକୁ ଜବତ କରି ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲା । ଏନେଇ ରାଇକିଆ ପୋଲିସ୍ ପକ୍ଷରୁ ୦୪/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here