ମାପ ଓଜନ ବିଭାଗ ପାଲଟିଛି ସ୍ଥାଣୁ : ଠକାମୀ ର ଶୀକାର ହେଉଛନ୍ତି ଗ୍ରାହକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ମାପ ଓଜନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟିଥିବାର ଅଭିଯୋଗ ହେଉଛି । ସହରରେ ଥିବା ଦୋକାନ, ବଜାର, ଉଠା ଦୋକାନୀ ଓ ବୁଲା ବିକାଳୀ, ପେଟ୍ରୋଲ ପମ୍ପ, ସୁନା ଦୋକାନଇତ୍ୟାଦି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉ ନଥିବାରୁ ଗ୍ରାହକ ଠକାମିର ଶୀକାର ହେଉଥିବା ଅଭିଯୋଗ ହେଉଛି । ଦୈନିକ ବଜାରରେ ଏବେ ମଧ୍ୟ ବଟକରା ବଦଳରେ ପଥର ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି . ଫଳରେ ଗ୍ରାହକ ଓଜନରେ ସମପରିମାଣ ଜିନିଷ ପାଇ ପାରୁ ନଥିବାର ଅଭିଯୋଗ ହେଉଛି । ସହରରେ ବିଭାଗ ପକ୍ଷରୁ ଆଦୌ ଚଢ଼ାଉ ଓ ଯାଞ୍ଚ କରାଯାଉ ନଥିବା ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ କର୍ମଚାରୀ ଅଭାବର ଆଳ ଦେଖାଇ ଯାଞ୍ଚ କରୁ ନଥିବାର ଜଣାଯାଇଛି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିଲେ ଉପଭୋକ୍ତା କିମ୍ବା ଗ୍ରାହକ ଠକାମୀ ର ଶୀକାର ହେବାରୁ ରକ୍ଷା ପାଇବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *