ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟା ହେଲେ ରାସ୍ତା କଡରେ ବିଭିନ୍ନ ଉଠା ଦୋକାନ ରେ ଭାଜି ଦୋକାନ, ଫାଷ୍ଟ ଫୁଡ଼ , ଟିଫିନ ଦୋକାନ ର ପସରା ଖୋଲା ଯାଇଥାଏ . ସନ୍ଧ୍ୟା ହେଲେ ଭୋକ କୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟଲ ଗୁଡିକରେ ଭିଡ଼ ଜମିଥାଏ । କିନ୍ତୁ ସେହି ଖାଦ୍ୟର ମାନ ଯାଞ୍ଚ କରାଯାଉ ନାହିଁ , ଷ୍ଟଲ ଗୁଡିକରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଖାଦ୍ୟର ମାନ ସାଙ୍ଗକୁ ଉପଯୁକ୍ତ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନଥାଏ । ଖାଦ୍ୟ ନିରୀକ୍ଷକ ନିୟମିତ ଯାଞ୍ଚ କରିଲେ ଜନ ସାଧାରଣ ଉପକୃତ ହୋଇ ପାରନ୍ତେ ବୋଲି ଆଶା କରାଯାଉଛି । ସେହିପରି ଟିଫିନ ଦୋକାନ, ଫାଷ୍ଟଫୁଡ଼ ଦୋକାନ, ହୋଟେଲ ଗୁଡିକ ଯାଞ୍ଚ କରାଗଲେ ଲୋକେ ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଲେ ଜନ ସାଧାରଣ ଉପକୃତ ହୋଇ ପାରିବେ।
ସହରରେ ନିୟମିତ ଖାଦ୍ୟର ମାନ ଯାଞ୍ଚ ହେଉ ନଥିବା ଅଭିଯୋଗ !!!

