ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଟ୍ରାଫିକ ସମସ୍ୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରରେ ଦିନକୁ ଦିନ ଉଠା ଦୋକାନୀ ସାଙ୍ଗକୁ ରାସ୍ତା ସଂକୀର୍ଣ୍ଣ , ସହରରେ ଭାରି ଯାନ ଚଳାଚଳ, ବାଲି ଓଭର ଲୋଡିଙ୍ଗ ଓ ସନ୍ଧ୍ୟା ହେଲେ ଫାଷ୍ଟ ଫୁଡ଼, ଟିଫିନ୍, ଫଳ ଦୋକାନ ଏଭଳି ବିଭିନ୍ନ ଉଠା ଦୋକାନୀଙ୍କ କବଜାରେ ସହରର ବିଭିନ୍ନ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରରେ ଥିବା ବିଭିନ୍ନ ସପିଙ୍ଗ ମଲ ସମୁଖରେ ଯାନ ରଖିବା, ପାର୍କିଂ ବ୍ୟବସ୍ଥା ନଥିବା ସହରରେ ଥିବା ଦୋକାନ ଗୁଡିକର ଜିନିଷ ରାସ୍ତା ଉପରେ ସଜାଡି ରଖିବା, ରାସ୍ତା ମଝିରେ ଦୁଇ ଚକିଆ ଯାନ ପାର୍କିଂ କରିବା, ଏଭଳି ସମସ୍ୟା ଗୁଡିକ ଦେଖା ଦେଇଛି । ସହରରେ କେଉଁ ସମୟରେ ଭାରି ଯାନ ପ୍ରବେଶ କରିବା କଥା, କେଉଁ ସମୟରେ ପ୍ରବେଶ ନ କରିବା କଥା ତାହା ପାଳନ ନ ହେବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ସହରରେ ବୁଲା କୁକୁର, ଗାଈ, ଗୋରୁ, ଷଣ୍ଢ ଘୁଷୁରୀଙ୍କ ଉପଦ୍ରବ ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏଭଳି ବିଭିନ୍ନ ସମସ୍ୟା ସହରରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ଏଭଳି ସମସ୍ୟା ସହରରେ ଉପୁଜୁଛି . ଏଥି ପ୍ରତି ପୋୖର ପରିଷଦ ଓ ପୋଲିସ ବିଭାଗ ଗୁରୁତ୍ୱ ଦେଲେ ଏହାର ସ୍ଥାୟୀ ସମାଧାନ ହୋଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *