୧୩୮୯ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ତାଣ୍ଡବଲୀଳାରେ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଜୀବନକୁ ବାଜି ଲଗାଇ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ଦୀର୍ଘ ୧୩୮୯ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି। ସଚେତନତା ଫଳରେ ଭାରତରୁ କୋଭିଡ୍ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଥିବା ବେଳେ ଗତ ରବିବାର ତାହା କମି କମି ୪,୦୪୯ ଓ ସୋମବାର ୪,୦୦୨ରେ ରହିଥିବାର ସରକାରୀ ତଥ୍ୟରୁ ସୂଚନା ମିଳିଛି । ସଚେତନତାର ଆବଶ୍ୟକତାକୁ ଉପଲବ୍ଧି କରି ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୩୮୭ରୁ ୧୩୮୯ ପର୍ଯ୍ୟନ୍ତ ତିନି ଦିନ ଧରି ଅର୍ଥାତ୍ ଗତ ୦୭ ଜାନୁୟାରୀ ୨୦୨୪ ରୁ ୦୯ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଯାଜପୁର,ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ତଥା ବସ୍ତି ବାସିନ୍ଦା, ରେଲୱେ ଷ୍ଟେସନ ଓ ରାସ୍ତା କଡ଼ରେ ଜୀବନ ବିତାଉଥିବା ଲୋକ ମାନଙ୍କୁ ଖାଦ୍ୟ,ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ମଶାରୀ, କମ୍ବଳ ଆଦି ବଣ୍ଟନ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ,ସୁମନ ମଲ୍ଲିକ ଏବଂ ତାଙ୍କର ସାଥି ମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *