କାଳବୈଶାଖୀ ବର୍ଷା ପବନରେ ଉପୁଡି ପଡିଲା ଯାତ୍ରାର ବିଦ୍ୟୁତ୍ ଚାଳିତ ଗେଟ !!!

0
304

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି । ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ୱରେ ଥିବା ମୁଖ୍ୟ ବିଦ୍ୟୁତ୍ ଚାଳିତ ଗେଟ ଉପୁଡ଼ି ପଡିଥିଲା । ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ବଇଣ୍ଡା ପ୍ରାଥମିକ ଚିକିତ୍ସାଳୟ ଓ ପରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଘର ଅଙ୍ଗପଡ଼ା ନତଦା ବୋଲି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୧ ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଯାତ୍ରା କମିଟିର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରବଳ ବର୍ଷା ଓ ଘଡ଼ଘଡି ସତ୍ତ୍ୱେ ଗେଟ ତଳେ ଚାପି ହୋଇ ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣା ପଡିଛି ।

 

LEAVE A REPLY

Please enter your comment!
Please enter your name here