ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସପ୍ତଦଶ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଶଶାଙ୍କ ଶେଖର ପାଣି ସଭାପତିତ୍ବ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଆବାହକ ବ୍ୟୋମକେଶ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । ସମ୍ପାଦକ ପ୍ରଭାତ କୁମାର ରଥଙ୍କ ଦ୍ବାରା ରଚିତ ଶ୍ରୀମଦ୍ ଭଗବତ ଗୀତାମୃତ ପୁସ୍ତକ ଡ଼ଃ ରବିନାରାୟଣ ପଣ୍ଡାଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା । ଆସନ୍ତା ଜୁନ୍ ମାସ ୨୬ ତାରିଖରେ ମହାସଂଘର ଅଷ୍ଟାଦଶ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ବୈଠକରେ ସନ୍ତୋଷ କୁମାର ମିଶ୍ର, ଅଜୟ କୁମାର ତ୍ରିପାଠୀ, ରଞ୍ଜନ କୁମାର କର, ଗୁଣାକର ଶତପଥୀ, ବିପିନ କୁମାର ମିଶ୍ର, ଅଶୋକ କୁମାର କର, ମନୋଜ କୁମାର ମହାପାତ୍ର, ନୃସିଂହ ଚରଣ ମିଶ୍ରଙ୍କ ସମେତ ଆଞ୍ଚଳିକ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।
ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସପ୍ତଦଶ କାର୍ଯ୍ୟକାରିଣୀ ବୈଠକ !!!

