ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ ଅସଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯେ, ମହିଳା ଘରେ ଶୋଇଥିଲେ । ଏହି ସମୟରେ ଗାଁର ଟୁଟୁ ଦେହୁରୀ (୩୫) ମହିଳାଙ୍କ ଘରେ ପଶି ତାଙ୍କୁ ଟଣା ଓଟରା କରିବା ସହ ଅସଦ ବ୍ୟବହାର କରିଥିଲା । ଏ ନେଇ ମହିଳା ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଟୁଟୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମହିଳାଙ୍କୁ ଟଣାଓଟରା କରି ଗିରଫ !!!

