କଙ୍କଡ଼ାହାଡ଼ ସାମ୍ବାଦିକ ସଂଘ ତରଫରୁ ରକ୍ତଦାନ ଶିବିର !!

0
233

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ସମୟରେ ରକ୍ତ ର ଘୋର ଅଭାବ ଦେଖାଯାଉଥିବା ହେତୁ ଅନେକ ଲୋକ ରକ୍ତ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି । ରକ୍ତ ଅଭାବ ଜନିତ ପରିସ୍ଥିତିକୁ କିଛି ମାତ୍ରାରେ ସହଜ କରିବା ପାଇଁ ଏହା ଥିଲା ଏକ ପ୍ରୟାସ ବୋଲି କଙ୍କଡ଼ାହାଡ଼ ସାମ୍ବାଦିକ ସଂଘର ସଭାପତି ପ୍ରକାଶ କରିଛନ୍ତି । ଆଜିର ଏହି ରକ୍ତଦାନ ଶିବିରରେ 100 ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ ରଖା ଯାଇଥିବା ସ୍ଥଳେ ୬୨ ଜଣ ରକ୍ତ ଦାତା ରକ୍ତଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ସମାଜସେବୀ ସହଯୋଗର ହାତ ବଢାଇବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here