ବାଙ୍କୀ ରେ ଠିକାଦାର ସଂଘର ମେଳି : ସାମିଲ ହେଲେ ବାଙ୍କୀ ଉପଖଣ୍ଡର ଶତାଧିକ ଠିକାଦାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବନ୍ଧୁ ମିଳନ ଆଳରେ ବାଙ୍କୀର ମା ଷଷ୍ଠୀଦେବୀଙ୍କ ପୀଠ ରେ ମେଳି ବାନ୍ଧିଲେ ବାଙ୍କୀ ର ଠିକାଦାର । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଠିକାଦାର ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ବୈଠକର ମୁଖ୍ୟ ଆଭିମୁଖ୍ୟ ରହିଥିଲା ସରକାରୀ ସ୍ତରରେ ଆସୁଥିବା ରାସ୍ତା ଘାଟ ବାସଗୃହ ଭଳି ବିକାଶ ମୂଳକ କାର୍ଯ୍ୟ ପାଇଁ ଯେଉଁ ନିର୍ଦ୍ଧାରିତ ଅର୍ଥ ମଞ୍ଜୁରୀ ମିଳୁଛି , ତାଠାରୁ କମ ଅଟକଳ ଅର୍ଥାତ ଲେସ୍ ରେ କୌଣସି ଠିକାଦାର ଟେଣ୍ଡର ପକାନ୍ତୁ ନାହିଁ । ଏହା ଦ୍ୱାରା ବିକାଶ ମୂଳକ କାମ କମ ଦିନରେ ନଷ୍ଟ ହେବା ସହିତ ଠିକାଦାର ମଧ୍ୟ ଏହା ପାଇଁ କ୍ଷତି ସହୁଛନ୍ତି ! କାମର ମାନ ଖରାପ ରହୁଥିବାରୁ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଠିକାଦାର ! ଯେଉଁ ଠିକାଦାର ସଙ୍ଘ ର ନିଷ୍ପତି କୁ ନମାନି ଲେସ୍ ରେ କାମ ନେବା ପାଇଁ ଉଦ୍ୟମ କରୁଛନ୍ତି ତାଙ୍କୁ କରାଯିବ ଘୋର ବିରୋଧ । ଏଭଳି ସାମୁହିକ ନିଷ୍ପତ୍ତି ନେଇଛନ୍ତି ବାଙ୍କୀ ଠିକାଦାର ସଂଘ ର ସଦସ୍ୟ । ଏହାଦ୍ୱାରା ସରକାରଙ୍କର ଆସୁଥିବା ବିକାଶ ମୂଳକ କାର୍ଯ୍ୟ ସଠିକ ଭାବରେ ତ୍ୱରାନ୍ୱିତ ହେଇପାରିବା ସହ ସାଧାରଣ ଲୋକ ରାସ୍ତାଘାଟ ନିର୍ମାଣ ଠାରୁ କରି ବିଭିନ୍ନ ପ୍ରକଳ୍ପ ର ସୁଫଳ ପାଇପାରିବେ ।

Leave a Reply

Your email address will not be published. Required fields are marked *