କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ଅନୁଦାନରେ ଏକ ସଚେତନତା କାର୍ଯ୍ୟକ୍ରମ ” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା (ଷ୍ଟାର୍ଟ ଅପ୍ ଏଣ୍ଡ ଇନୋଭେସନ) ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ବେହେରା , ସମ୍ବଳ ବ୍ୟକ୍ତିତ୍ୱ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ ସହ କାର୍ଯକ୍ରମର ଅନ୍ତନିହିତ ଉଦ୍ଦେଶ୍ୟ ପ୍ରଖ୍ୟାପନ କରିଥିଲେ l ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଶ୍ଳେଷଣାତ୍ମକ ଟିପ୍ପଣୀ ରଖିଥିଲେ l ଅନ୍ତଃ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ହିମାଂଶୁ ଚରଣ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ l ଶେଷରେ ନାକ୍ ସଂଯୋଜକ ଡ.ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା !!!

