କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବିଳମ୍ବିତ ରାତିରେ କଳାପଥର ମୁଖ୍ୟ ବଜାର ର ଏକ ଗ୍ରୋସରୀ ଦୋକାନର କବାଟ ଭାଙ୍ଗି ଚୋରୀ ଉଦ୍ୟମ . ଦୋକାନ ଭିତରେ ଥିବା ଅବସ୍ଥାରେ ଚୋର କୁ ଅଟକ ରଖି ପୁଲିସ ଜିମା ଦେଲେ ଲୋକେ . କଳାପଥର ହରିରାମ ଛକରେ ଅବସ୍ଥିତ ବ୍ୟବସାୟୀ ସତ୍ୟବାଦୀ ସାହୁ ଙ୍କ ଗ୍ରୋସରୀ ଦୋକାନରୁ ବିଳମ୍ବିତ ରାତ୍ରୀ ପ୍ରାୟ ୨ ଟା ରୁ ୨:୩୦ ମିନିଟ୍ ସମୟରେ ଚୋରୀ କରିବା ପାଇଁ ଦୁଇଜଣ ଚୋର ଉଦ୍ୟମ କରୁଥିଲେ . ସାଙ୍ଗରେ ଆଣିଥିବା ଏକ ଶାବଳ ସାହାଯ୍ୟରେ ଦୋକାନର କବାଟ ଭାଙ୍ଗି ଦୋକାନ ଭିତରେ ମଧ୍ୟ ପଶିଥିଲେ । ସିସିଟିଭି ଫୁଟେଜ ନଷ୍ଟ କରିବା ନିମନ୍ତେ ସାଙ୍ଗରେ କିଛି ହାଣ୍ଡିପ୍ଲାଷ୍ଟର ଓ ବ୍ଲେଡ ଆଣିଥିବା ଜଣାପଡିଛି । କଳାପଥର ଗ୍ରାମରେ ରାମଲୀଳା ଚାଲିଥିବା ବେଳେ ଗ୍ରାମର କିଛି ଯୁବକଙ୍କ ସମେତ ଦୋକାନର ମାଲିକ ସତ୍ୟବାଦୀ ସାହୁଙ୍କ ପୁଅ ଲୋକନାଥ ସାହୁ ଦେଖିବାକୁ ପାଇଥିଲେ କି ଦୋକାନ ସାମ୍ନାରେ ଥିବା ଲାଇଟ ଲିଭିଅଛି । ତାଙ୍କର ସନ୍ଦେହ ହେବାରୁ ଦୋକାନ ପାଖକୁ ଯାଇ ଦେଖିଲା ବେଳକୁ ଦୋକାନର କବାଟ ଭାଙ୍ଗିବା ସହିତ ଭିତରେ ଜଣେ ପଶିଅଛି . ଦୋକାନ ସୋକେସ ର ଡ୍ର ଭାଙ୍ଗିବା ସହିତ ସିସିଟିଭି ର ସମସ୍ତ ସିଷ୍ଟମ୍ ଭଙ୍ଗା ଯାଇଛି ଓ ଦୁଇଟି ବ୍ୟାଗ ରେ କିଛି ଜିନିଷ ଭର୍ତ୍ତି କରାଯାଇଛି । କଳାପଥର ଗ୍ରାମର ସୂର୍ଯ୍ୟ ପ୍ରକାଶ ସାହୁଙ୍କ ସହ ଗ୍ରାମର ବହୁ ଯୁବକ ଆସାମୀ ଓ ଜବତ ହୋଇଥିବା ଶାବଳ ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ଚୋର ଜଣକ ସାଇକେଲ ନେଇ ଫେରାର ହୋଇଯାଇଛି । ଧରା ପଡିଥିବା ଆସାମୀ ନୟାଗଡ ଜିଲ୍ଲା ଫତେଗଡ ଅଞ୍ଚଳର ବୋଲି ଜଣାପଡିଛି ।

