ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ନିଆରା ପ୍ରୟାସ ଦେଖିବକୁ ମିଳିଛି . ଆଜି ସୁଭଦ୍ରା ମହାତବ ମହାବିଦ୍ୟାଳୟର ଅଧ୍ୟକ୍ଷ , କର୍ମଚାରୀ ଏବଂ ବିଦ୍ୟାର୍ଥୀ ମାନଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ . ରାସ୍ତାରେ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧୁ ନଥିବା ଲୋକ ମାନଙ୍କୁ ସଚେତନ କରାଇଥିଲେ ଓ ଦୁର୍ଘଟଣାରୁ କିଭଳି ରକ୍ଷା ପାଇବେ ସେ ବିଷୟରେ ବୁଝାଇଥିଲେ . ଏହି ସଚେତନତା କାର୍ଯ୍ୟକ୍ରମ କଟିକଟା ଜଇପୁର ରାସ୍ତା ରେ ଅମାନିଆ ମଟର ସାଇକେଲ ଆରୋହୀକୁ ଅଟକାଇ ସଚେତନ କରାଯାଇଥିଲା . ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧକ୍ଷ ଡ଼ ଦିଲୀପ କୁମାର ମିଶ୍ରଙ୍କ ସହିତ ଜାତୀୟ ସେବସଂସ୍ଥା ଓ ୟୁଥ ରେଡକ୍ରସ ଏବଂ ସ୍କାଉଟ ର ଛାତ୍ରଛାତ୍ରୀ ମିଳିତ ପ୍ରୟାସରେ ସମ୍ପାଦନ କରାଯାଇଛି . ଦିନକୁ ଦିନ ରାସ୍ତା ଦୁର୍ଘଟଣା ବଢି ଚାଲିଥିବା ବେଳେ ଟ୍ରାଫିକ ନିୟମ ନମାନିବା ମୃତ୍ୟୁ ବରଣ କରିବା ସାଙ୍ଗେ ସମାନ ବୋଲି ସମସ୍ତଙ୍କୁ ସଚେତନ କରାଯାଇଥିଲା .
ସୁଭଦ୍ରା ମହତାବ ମହାବିଦ୍ୟାଳୟ ତରଫରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ !!!

