ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅସଞ୍ଜତ ଅବସ୍ଥାରେ ଧରା ପଡି ହଟ ହଟା ହେଲେ ପ୍ରେମୀ ଯୁଗଳ . ପରକ୍ରିୟା ପ୍ରିତୀ ପଡିଲା ମହଙ୍ଗା , ପ୍ରେମୀ ଯୁଗଳଙ୍କୁ ବାନ୍ଧି ଅଟକ ରଖିଲେ ଗ୍ରାମବାସୀ . ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଗ୍ରାମରେ . ସୂଚନା ଅନୁଯାୟୀ ସଂସାଇଲୋ ଗ୍ରାମର ବିଧବା ମହିଳା ହୀରା ମଲିକ ଏବଂ ଅତା ଗ୍ରାମର ଗଗନ ମଲିକ ଙ୍କ ମଧ୍ୟରେ ଚାଲିଥିଲା ଚୋରା ପିରତୀ . ଶୁକ୍ରବାର ରାତିରେ ଦୁଇ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ ଗ୍ରାମବାସୀ , ପରେ ଗଗନଙ୍କ ପରିବାର ଲୋକଙ୍କୁ ଗ୍ରାମବାସୀଙ୍କ ତରଫରୁ ଖବର ଦିଆ ଯାଇଥିଲା . ଗଗନଙ୍କ ମା ,ଭଉଣୀ ଏବଂ ସ୍ତ୍ରୀ ଆସି ଘଟଣା ସ୍ଥଳରେ ପହଁଚିବା ପରେ ଗଗନ ସେମାନଙ୍କୁ ଦେଖି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଭଉଣୀଙ୍କୁ କରିଥିଲା ମରଣାନ୍ତକ ଆକ୍ରମଣ . ଉଭୟ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ଗଗନ ଏବଂ ହୀରା ଙ୍କୁ ଗାଁ ମଝିରେ ବାନ୍ଧି ଅଟକ ରଖିଥିଲେ ସ୍ଥାନୀୟ ଲୋକ . ଏନେଇ ଗଗନଙ୍କ ପରିବାର ପକ୍ଷରୁ ସୁକିନ୍ଦା ପୋଲିସ ନିକଟରେ ଲିଖିତ ଅଭିଯୋଗ ହେବା ପରେ ଶନିବାର ସକାଳୁ ସୁକିନ୍ଦା ପୋଲିସ ପ୍ରେମୀ ଯୁଗଳଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି .
ଅସଞ୍ଜତ ଅବସ୍ଥାରେ ଧରା ପଡି ହଟ ହଟା ହେଲେ ପ୍ରେମୀ ଯୁଗଳ !!!

