ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ପାଟ୍ରୋଲିଙ୍ଗ କରୁଥିବା ବେଳେ ଘାଷେଡିହ ଗ୍ରାମରୁ ପଦ୍ମପୁର ଗ୍ରାମ ଅଭିମୁଖେ ଜଣେ ବ୍ୟକ୍ତି ଦେଶୀ ମଦ ଚୋରା ଚାଲାଣ କରୁଥିବାର ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କ ନିକଟରୁ ୪.୨ ଲିଟର ଆସ୍କା ୪୦ ପୋଲିସ ଜବତ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଘାଷେଡିହ ଗ୍ରାମର ଶ୍ୱେତ ସେଠି (୪୬) l ବାଣପୁର ଥାନାରେ କେଶ ନମ୍ବର ୨୧୨ / ୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣା ପଡିଛି l
ବାଣପୁର ରେ ୪.୨ ଲିଟର ଚୋରା ଆସ୍କା ୪୦ ଜବତ : ଜଣେ ଗିରଫ !!!

