ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଜନସାଧାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏକ୍ସନ ଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଚାୟତ ସଭ୍ୟା ମାନଙ୍କୁ ନେଇ ବାଲ୍ୟବିବାହ ବନ୍ଦ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀମତୀ ମାଳତୀ ଦଣ୍ଡିଆ ସମସ୍ତ ସଭ୍ୟାଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଏକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ବାଲ୍ୟ ବିବାହ ଦ୍ୱାରା କମ ବୟସ ପୁଅ /ଝିଅ ମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ l ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ଲାଗୁ ହୋଇଛି l ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା l ଗ୍ରାମରେ / ପରିବାରରେ ଶିଶୁ ମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁ ମାନଙ୍କର ମୌଳିକ ଅଧିକାରକୁ ବଜାୟ ରଖିବା , ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ସୁରକ୍ଷିତ ରଖିବା ସହିତ ପିତାମାତା କିପରି ଶିଶୁ ସୁରକ୍ଷାକୁ ନେଇ ଦକ୍ଷତା ବୃଦ୍ଧି କରାଯାଇ ପlରିବ ଓ ଆମ ଗ୍ରାମ / ପଞ୍ଚାୟତକୁ ଏକ ଆଦର୍ଶ ରୂପେ ପରିଣତ କରିବା ସହ ସଚେତନତା ସୃଷ୍ଟି କରିବା ନିମନ୍ତେ ଶପଥପାଠ କରାଯାଇଥିଲା l ବିଭିନ୍ନ ଗ୍ରାମରୁ ଆୟୋଜିତ କାର୍ଯ୍ୟକ୍ରମରେ ୬୫ ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଇନ୍ଧୁମତୀ ଦେବୀ ପଞ୍ଚାୟତ ସହାୟିକl ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l